ଗଛରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା କାର, ୩ ଆହତ

କରଞ୍ଜିଆ : କରଞ୍ଜିଆରୁ ଭୁବନେଶ୍ୱର ଯାଉଥିବା ଏକ କାର ଠାକୁରମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ହୁତୁ ହୁତୁ ହୋଇ ଜଳିଯାଇଛି । କାରରେ ଥିବା ୪ ଜଣ ଯୁବକ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି  । ଘଟଣାସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ ୩ ଜଣକୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେମାନଙ୍କ ମଧ୍ୟରୁ କମଳା କୃଷ୍ଣ ମହାନ୍ତଙ୍କଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କରଞ୍ଜିଆ ମ୍ୟୁନିସିପାଲଟି ଅଞ୍ଚଳର ରଞ୍ଜନ ନାଏକ, ଝରନ କୁମାର ମହାନ୍ତ, କମଳା କୃଷ୍ଣ ମହାନ୍ତ ଓ ଅନ୍ୟ ଜଣେ କୌଣସି କାମରେ ଏକ ସ୍ୱିଫିଟ ଡିଜାର କାର ନମ୍ବର ଓଡ଼ି ୧ସି ୪୧୨୨ ଯୋଗେ କଟକ ଯାଉଥିଲେ ।

କରଞ୍ଜିଆ- ଠାକୁରମୁଣ୍ଡା ରାସ୍ତାର ଠାକୁରମୁଣ୍ଡା ନିକଟ ଚମକପୁର ନିକଟରେ ଦିନ ପ୍ରାୟ ୩ ଟା ସମୟରେ କାର ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରରେ ନିଆଁ ଜଳିବା ଦେଖି ଲୋକେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜଳୁଥିବା ନିଆଁକୁ ଆୟତ୍ତ କରିଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଠାକୁରମୁଣ୍ଡା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.