କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି । ଏହାର ବିଷୟ ବସ୍ତୁ ରହିଛି ଟ୍ରାନ୍ସଲେସନାଲ ରିସର୍ଚ୍ଚ ଫର ସୋସାଇଟ ଆଣ୍ଡ ସଷ୍ଟେନବିଲିଟି । ଉଦଘାଟନୀ ଉତ୍ସବରେ କିଟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂ, କିଟ ବିଶ୍ୱ ବିଦ୍ୟାଳୟର ଗବେଷଣା ଓ ବିକାଶ ବିଭାଗ ନିର୍ଦ୍ଦେଶକ ପ୍ରଫେସର ଗୋପାଳ ଚନ୍ଦ୍ର କୁଣ୍ଡୁ, ଇନସା ପ୍ରେସିଡେଣ୍ଟ ପ୍ରଫେସର ଆଶୁତୋଷ ଶର୍ମା, ଇନସା ଉପସଭାପତି ଏନ. କେ ମେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଦୁଇ ଦିନ ଧରି ଏହି ସେମିନାର ଚାଲିବ । ଏହି ସେମିନାରରେ ବହୁ ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.