ବିହାର ବିଜୁଳି ବିଭାଗରେ ୨୬୧୦ ପଦବୀ ଖାଲି, ଦରମା ୫୮,୬୦୦ ଟଙ୍କା

ବିହାର ଷ୍ଟେଟ ପାଓ୍ଵର ହୋଲିଡିଂ କମ୍ପାନୀ ଲିମିଟେଡରେ ୨ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ ଲିଙ୍କ ଜୁନ୍‌ ୧୫ରୁ ଆରମ୍ଭ ହେବ । ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ଆବେଦନ କରନ୍ତୁ । ଆବେଦନ କରିବା ପାଇଁ ବିଏସପିଏଚସିଏଲର ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ଏଥିପାଇଁ କେବଳ ଅନଲାନ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ bsphcl.co.in କୁ ଯାଆନ୍ତୁ ।

ପଦବୀ ବିବରଣୀ: ୨୬୧୦

ଆସିଷ୍ଟାଣ୍ଟ ଏଗଜିକ୍ୟୁଟିଭ ଇଂଜିନିୟର : ୪୦

ଜୁନିଅର ଇଲେକ୍ଟ୍ରିକାଲ ଇଂଜିନିୟର : ୪୦

କରେସପଣ୍ଡେଟର୍ସ କ୍ଲର୍କ: ୮୦

ଷ୍ଟୋର ଆସିଷ୍ଟାଣ୍ଟ ଏବଂ ଜୁନିଅର ଆକାଉଣ୍ଟ କ୍ଲର୍କ: ୩୦୦

ଟେକ୍ନିସିଆନ ଗ୍ରେଡ ୩ : ୨୦୦୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ଜୁଲାଇ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ଭଲଭାବେ ନୋଟିଫିକେସନ ଚେକ୍‌ କରିପାରିବେ ।

ଆବେଦନ ଶୁଳ୍କ : ଏଥିପାଇଁ ସାଧାରଣ ବର୍ଗ ପ୍ରାର୍ଥୀ ୧୫୦୦ ଟଙ୍କା ଦେବାକୁ ହେବ । ସେହିପରି ସଂରକ୍ଷିତ ପ୍ରାର୍ଥୀ, ଦିବ୍ୟାଙ୍ଗ ଏବଂ ମହିଳା ପ୍ରାର୍ଥୀ ୩୭୫ ଟଙ୍କା ଦେବେ ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଅନେକ ପର୍ଯ୍ୟାୟରେ ହେବ । ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଭେରିଫିକେସନ, ମେଡିକାଲ ପରୀକ୍ଷା ସାମିଲ ରହିଛି ।

ଦରମା : ପ୍ରାର୍ଥୀଙ୍କୁ ଦରମା ପଦବୀ ଅନୁସାରେ ଅଲଗା ଅଲଗା ରହିଛି । ପ୍ରାର୍ଥୀଙ୍କ ଦରମା ୨୫୯୦୦ରୁ ଆରମ୍ଭ କରି ୫୮୬୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Leave A Reply

Your email address will not be published.