ଜିଓ ଦେଉଛି ୨୮ ଦିନ ପାଇଁ ବଢ଼ିଆ ପ୍ଲାନ, ମିଳିବ ୬ GBର ଏକ୍ସଟ୍ରା ଡାଟା

ରିଲାଏନ୍ସ ଜିଓ ନିଜର ପ୍ରିପେଡ୍, ପୋଷ୍ଟପେଡ୍ ଏବଂ ବ୍ରଡବ୍ୟାଣ୍ଡ ୟୁଜରଙ୍କ ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ୍‌ ଆଣିଥାଏ । କମ୍ପାନୀ ଏହାର ପ୍ରିପେଡ୍ ୟୁଜରଙ୍କ ପାଇଁ ଅଧିକ ପ୍ଲାନ୍‌ ଆଣିଥାଏ । ଜିଓର ପ୍ରିପେଡ୍ ପ୍ଲାନଗୁଡିକ ଲିଷ୍ଟରେ ଆପଣ ଶସ୍ତା ଠାରୁ ମହଙ୍ଗା ପର୍ଯ୍ୟନ୍ତ ସବୁ ପ୍ରକାରର ପ୍ଲାନ୍‌ ପାଇପାରିବେ ।

ଯଦି ଆପଣ ନିଜର Jio ନମ୍ବର ଉପରେ ମାସିକ ରିଚାର୍ଜ ପ୍ଲାନ୍‌ ନେଉଛନ୍ତି ଏବଂ ୪୦୦ରୁ କମ୍ ଦାମରେ ଏକ ଦମଦାର ପ୍ଲାନ ଖୋଜୁଛନ୍ତି, ତେବେ ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ଏକ ବଢ଼ିଆ ଖବର । ଜିଓ ପ୍ଲାନ୍‌ ଲିଷ୍ଟରେ ଏମିତି ଏକ ପ୍ଲାନ୍‌ ଅଛି, ଯେଉଁଥିରେ ମାଗଣା କଲିଂ ସହିତ ଅନେକ OTT ଆପ୍ ପାଇଁ ଡାଟା ଏବଂ ସବସ୍କ୍ରିପସନ୍ ଦିଆଯାଉଛି । ତେବେ ଆସନ୍ତୁ ଏହି ପ୍ଲାନ୍‌ ବିଷୟରେ ଡିଟେଲ୍ସରେ ଜାଣିବା ।

ଜିଓରେ ଲୋକପ୍ରିୟ ପ୍ଲାନ୍‌ ଲିଷ୍ଟରେ ୩୯୮ ଟଙ୍କା ପ୍ଲାନ୍‌ ଅଛି । ଏହି ପ୍ଲାନରେ କମ୍ପାନୀ ଗ୍ରାହକଙ୍କୁ ୨୮ ଦିନର ଭ୍ୟାଲିଡିଟି ଅଫର କରେ । ଆପଣ ୨୮ ଦିନ ପାଇଁ ଯେକୌଣସି ନେଟୱାର୍କରେ ଅନଲିମିଟେଡ୍‌ ମାଗଣା କଲିଂ କରିପାରିବେ । ଏହା ସହିତ ଆପଣ ପ୍ରତିଦିନ ୧୦୦ଟି ମାଗଣା SMS ମଧ୍ୟ ପାଇବେ ।

ଜିଓର ଏହି ସର୍ଟ ଟର୍ମ ପ୍ଲାନର ଡାଟା ବିଷୟରେ କହିବାକୁ ଗଲେ ଏଥିରେ ମୋଟ ୫୬ GB ଡାଟା ମିଳୁଛି । ଏହାର ଅର୍ଥ ଆପଣ ପ୍ରତିଦିନ ୨ GB ଡାଟା ବ୍ୟବହାର କରିପାରିବେ । ଜିଓର ଏହି ପ୍ଲାନରେ ରେଗୁଲାର ଡାଟା ବ୍ୟତୀତ କମ୍ପାନୀ ଗ୍ରାହକଙ୍କୁ ଏକ୍ସଟ୍ରା ୬ GB ଡାଟା ଦେଇଥାଏ । ଅର୍ଥାତ୍ ଆପଣ ଏହି ପ୍ଲାନରେ ମୋଟ ୬୨ GB ଡାଟା ପାଇପାରିବେ । ଜିଓର ଏହି ପ୍ଲାନ୍‌ ଅନଲିମିଟେଡ୍‌ ଟ୍ରୁ 5G ଡାଟା ସହିତ ଆସିଥାଏ । ଯଦି ଆପଣଙ୍କ ଅଞ୍ଚଳରେ 5G କନେକ୍ସନ ଅଛି ତେବେ ଆପଣ ଏଥିରେ ଅନଲିମିଟେଡ୍‌ ଡାଟା ବ୍ୟବହାର କରିପାରିବେ ।

ଯଦି ଆପଣ ଲାଟେଷ୍ଟ ଫିଲ୍ମ ଏବଂ ୱେବସିରିଜ୍‌ ଦେଖିବାକୁ ଭଲ ପାଆନ୍ତି ଏବଂ OTT ଷ୍ଟ୍ରିମିଂ କରନ୍ତି, ତେବେ ଆପଣ ଏହି ପ୍ଲାନକୁ ବହୁତ ପସନ୍ଦ କରିବେ । ଏହି ପ୍ଲାନରେ କମ୍ପାନୀ ୟୁଜରମାନଙ୍କୁ ୧୩ OTT ଆପ୍ସର ମାଗଣା ସବସ୍କ୍ରିପସନ୍ ଦେଇଥାଏ । ଏଥିରେ ସୋନି LIV, ZEE5, Liongate Play, Discovery +, Sun NXT, Kanchha Lannka, Planet Marathi, Chaupal, Docubay, EPIC ON, FanCode ଏବଂ Hoichoi ଭଳି OTT ଆପ୍ସର ମାଗଣା ସବସ୍କ୍ରିପସନ୍ ପାଇବେ । ଏହା ବ୍ୟତୀତ ଆପଣ Jio TV ଏବଂ Jio Cloud ର ସବସ୍କ୍ରିପସନ୍‌ ମଧ୍ୟ ପାଇପାରିବେ ।

Leave A Reply

Your email address will not be published.