BECIL ରେ ୨୩୧ ପଦବୀ ଖାଲି, ରିଟାୟର୍ଡ କର୍ମଚାରୀ ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । BECIL ରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ୨୩୧ ପଦବୀ ପାଇଁ ଭର୍ତ୍ତି ହେଉଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଏଠାରେ କଣ୍ଟେଣ୍ଟ ଏଡିଟର, ମନିଟର, ସିଷ୍ଟମ ଟେକ୍ନିସିଆନ ଇତ୍ୟାଦି ପଦବୀ ଖାଲିପଡିଛି ।

ଏଥିପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଏହାର ଅଫିସିଆଲ ସାଇଟକୁ ଯିବାକୁ ହେବ ।

ପଦବୀ ବିବରଣୀ: ୨୩୧

ଜରୁରୀ ତାରିଖ: ଇଚ୍ଛୁକ ପ୍ରାର୍ଥୀ ୨୪ ଜୁନ୍‌ ମଧ୍ୟରେ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ପଦବୀ ଅନୁସାରେ ଭିନ୍ନ ଭିନ୍ନ ରହିଛି । କଣ୍ଟେଣ୍ଟ ଏଡିଟର ପାଇଁ ଜର୍ନାଲିଜିମ ଏବଂ ମାସ୍‌ କମ୍ୟୁନିକେସନରେ ଡିପ୍ଲୋମା କରିଥିବା ଜରୁରୀ । ଏହାସହିତ ଅତିକମରେ ୩ ବର୍ଷର ଭିଜୁଆଲ ମିଡିଆ ଅଭିଜ୍ଞତା ଥିବା ଜରୁରୀ ।

ତେବେ ଏହି ପଦବୀ ପାଇଁ ରିଟାୟର୍ଡ ପ୍ରାର୍ଥୀ ଆବେଦନ କରିପାରିବେ ।

ଦରମା : ଚୟନିତ କଣ୍ଟେଣ୍ଟ ଅଡିଟର ପ୍ରାର୍ଥୀଙ୍କୁ ୫୯,୭୬୦ ଟଙ୍କା ଦରମା ମାସିକ ମିଳିବ । ସେହିପରି ସିନିଅର ମନିଟର ପଦବୀ ପାଇଁ ୪୪,୮୨୦ ଟଙ୍କା ଦରମା ମିଳିବ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୮୮୫ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି, ଜନଜାତି, EWS ଏବଂ ଦିବ୍ୟାଙ୍ଗ ପାଇଁ ୫୩୧ ଟଙ୍କା ରହିଛି ।

Leave A Reply

Your email address will not be published.