SGPGI ଲକ୍ଷ୍ନୌରେ ଚାକିରି ସୁଯୋଗ, ୨୫ ଜୁନ୍‌ ପୂର୍ବରୁ କରନ୍ତୁ ଆବେଦନ

ସଂଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଲକ୍ଷ୍ନୌରେ ବହୁତ ପଦବୀ ଖାଲିପଡିଛି । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଆବେଦନ କରିବାର ତାରିଖ ଜୁନ୍‌ ୮ ତାରିଖରୁ ଆରମ୍ଭ ହେଉଛି । ଏଠାରେ ଆବେଦନ କରିବାର ଶେଷ ତାରିଖ ୨୫ ଜୁନ୍‌ ୨୦୨୪ ରହିଛି ।

ଏଠାରେ ୪୧୯ ପଦବୀ ଖାଲିପଡିଛି । ନର୍ସିଂ ଅଫିସର, ଷ୍ଟେନୋଗ୍ରାଫର, ଟେକ୍ନିସିଆନ ପଦବୀରେ ହେବ ।

ପଦବୀ ବିବରଣୀ : ୪୧୯

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୨୫ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଅଲଗା ଅଲଗା ରହିଛି । ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ । ତେବେ ପ୍ରାର୍ଥୀ ୧୨ଶ ପାସ୍‌ରୁ ଆରମ୍ଭ କରି ଗ୍ରାଜୁଏସନ ପ୍ରାର୍ଥୀ ଆବଦେନ କରିପାରିବେ ।

ବୟସ ସୀମା : ପ୍ରାର୍ଥୀଙ୍କ ବସ ସୀମା ୧୮ରୁ ୪୦ ବର୍ଷ ହେବା ଜରୁରୀ ।

ଚୟନ ପ୍ରକ୍ରିୟ : ପ୍ରାର୍ଥୀଙ୍କ ଚ’ନ ଅନେକ ପରୀକ୍ଷାରେ ହେବ । ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ପରୀକ୍ଷା ଆଧାରରେ ହେବ । ସମସ୍ତ ପର୍ଯ୍ୟାୟ ପାସ୍‌ କରିବା ପରେ ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ୧୧୮୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି ଏବଂ ଜନତା ପ୍ରାର୍ଥୀ ୭୦୮ ଟଙ୍କା ଦେବାକୁ ହେବ ।

Leave A Reply

Your email address will not be published.