ସକାଳେ ଖାଲି ପେଟରେ ପାଣିରେ ଘିଅ ମିଶାଇ ପିଅନ୍ତୁ, ମିଳିବ ଅନେକ ଲାଭ

ଆଜିକାଲି ଲୋକମାନେ ଫିଟ ରହିବା ପାଇଁ ଘିଅ ଏବଂ ତେଲ ଛାଡି ଦେଉଛନ୍ତି । ତେବେ ଅତ୍ୟଧିକ ଘିଅ ତେଲ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତି ହୋଇପାରେ, କିନ୍ତୁ ଡାକ୍ତରମାନେ ୧ ରୁ ୨ଚାମଚ ଘିଅ ଖାଇବାକୁ ପରାମର୍ଶ ଦିଅନ୍ତି । ଆୟୁର୍ବେଦରେ ଦେଶୀ ଘିଅ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି ଆପଣ ସକାଳେ ଖାଲି ପେଟରେ ଘିଅ ସହିତ ଏକ ଗ୍ଲାସ୍ ଉଷୁମ ପାଣି ପିଅନ୍ତି, ତେବେ ଏହା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ସେଥିପାଇଁ ଦେଶୀ ଘିଅ ମଧ୍ୟ ମସ୍ତିଷ୍କ ଏବଂ ହାଡ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ସକାଳେ ଖଲି ପେଟରେ ଘିଅ ସହିତ ଉଷୁମ୍‌ ପାଣି ମିଶାଇ ପିଇବା ବିଷୟରେ ।

ଡାଏଟିସିଆନ୍‌ଙ୍କ କହିବା ଅନୁସାରେ, ଘିଅ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଫ୍ୟାଟ୍‌ ହୋଇଥାଏ । ଏପରି ଭାବେ ସକାଳେ ଖାଲି ପେଟରେ ପାଣିରେ ମିଶାଯାଇଥିବା ଘିଅକୁ ପିଇବା ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ପାଣିରେ ମିଶାଯାଇଥିବା ଘିଅକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଅବଶ୍ୟ କୋଷ୍ଠକାଠିନ୍ୟକୁ ଦୂର କରିବା ପାଇଁ, ଆପଣ ଦିନସାରା ଆପଣଙ୍କ ଖାଦ୍ୟରେ ଅନେକ ସାଲାଡ ଏବଂ ଫାଇବର ଭଳି ଜିନିଷ ଅନ୍ତର୍ଭୁକ୍ତ କରିବା ଉଚିତ । ଏହା ସହିତ ଘିଅ ଆପଣଙ୍କ ହାଡକୁ ମଜବୁତ କରିଥାଏ ଏବଂ ସ୍କିନ୍‌କୁ ଭଲ ରଖିବାରେ ମଧ୍ୟ ସାହାଯ୍ୟ କରେ । ଏହା ସହ ଘିଅ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ । ଘିଅ ଶରୀରରେ ହଜମକାରୀ ଏନଜାଇମ୍ ବଢାଇଥାଏ । ଯାହା ଆପଣଙ୍କୁ ହେଲଦି ରଖିବାରେ ସାହାଯ୍ୟ କରେ । ତାହେଲେ ଅସନ୍ତୁ ଜାଣିବା ଯେ ଘିଅକୁ ପାଣିରେ ମିଶାଇ କିପରି ପିଇବେ ।

ଜାଣନ୍ତୁ ଘିଅ ଏବଂ ପାଣି କିପରି ପିଇବେ :
ଏଥିପାଇଁ ଦେଶୀ ଘିଅକୁ ନେଇ ଏହାକୁ ହାଲୁକା ଗରମ କରି ନିଅନ୍ତୁ । ଏହା ପରେ ବର୍ତ୍ତମାନ ୧ ଗ୍ଲାସ୍ ଉଷୁମ ପାଣି ନେଇ ସେଥିରେ ଏକ ଚାମଚ ଘିଅ ମିଶାଇ ଦିଅନ୍ତୁ । ଏପରି ଭାବେ ସକାଳେ ଖାଲି ପେଟରେ ଏହି ପାଣି ପିଅନ୍ତୁ ଏବଂ ତାପରେ ୩୦ ମିନିଟ୍ ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ ।

ଗରମ ପାଣିରେ ଘିଅ ମିଶାଇ ପିଇବାର ଉପକାରିତା :
ଘିଅରେ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ ଯାହା ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲ୍‌କୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ତେବେ ଘିଅରେ ପ୍ରାକୃତିକ ମଶ୍ଚରାଇଜିଂ ଗୁଣ ଅଛି ଯାହା ସ୍କିନ୍‌କୁ କୋମଳ କରେ ଏବଂ ଚମକାଇଥାଏ । ଦେଶୀ ଘିଅ ଖରାପ କୋଷଗୁଡ଼ିକକୁ ତିଆରି କରିବାକୁ ଦିଏ ନାହିଁ ଏବଂ ଧମନୀଗୁଡ଼ିକକୁ କୋଟା ହେବାରୁ ରୋକିଥାଏ । ତେବେ ଘିଅ ମଧ୍ୟ ମସ୍ତିଷ୍କକୁ ମଜବୁତ କରିବାରେ ଏବଂ ସ୍ମୃତିଶକ୍ତିର ଉନ୍ନତି କରିବାରେ ସାହାଯ୍ୟ କରେ । ଦେଶୀ ଘିଅ ବ୍ୟବହାର କରିବା ଦ୍ୱାରା ଶରୀରରେ ଜମା ହୋଇଥିବା ମଇଳା ଦୂର ହୋଇଥାଏ ଏବଂ ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ । ସେଥିପାଇଁ ପ୍ରତିଦିନ ସକାଳୁ ୧ ଗ୍ଲାସ୍‌ ଉଷୁମ୍‌ ପାଣି ସହିତ ଘିଅ ପିଇବା ଉଚିତ । ଯାହା ଫଳରେ ଆପଣ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇପରିବେ ।

Leave A Reply

Your email address will not be published.