୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର, ଜଙ୍ଗଲରେ ଛଡା ଗଲା

ଯାଜପୁର : ୧୨ଫୁଟ ଲମ୍ବର ଅଜଗର ଉଦ୍ଧାର । ଯାଜପୁର ଜିଲ୍ଲା ବୈରି ରେଞ୍ଜ କାଇମାଟିଆ ନିକଟରୁ ଅଜଗର ଉଦ୍ଧାର ହୋଇଛି । କାଇମାଟିଆ ଗାଁ ନିକଟରେ ଅଜଗରଟି ରାସ୍ତା ପାରି ହୋଇ ଜନବସତି ଆଡ଼କୁ ଆସୁଥିବା କିଛି ସ୍ଥାନୀୟ ଲୋକ ଦେଖିଥିଲେ । ପ୍ରାୟ ୧୨ ଫୁଟ ଲମ୍ବର ବିଶାଳକାୟ ସାପକୁ ଦେଖି ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ । ଏ ନେଇ ସ୍ଥାନୀୟ ଲୋକେ ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ପହଂଚି ଅଜଗରକୁ ଉଦ୍ଧାର କରି ନିକଟ ଜଙ୍ଗଲରେ ଛାଡି ଦେଇଛନ୍ତି ।

Leave A Reply

Your email address will not be published.