୧୭ ଜିଲ୍ଲାକୁ କାଳବୈଶାଖୀ ଚେତାବନୀ, ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଆଶଙ୍କା

ଭୁବନେଶ୍ୱର (କେନ୍ୟୁଜ): ୧୭ ଜିଲ୍ଲାକୁ କାଳବୈଶାଖୀ ଚେତାବନୀ । କାଳବୈଶାଖୀ ପାଇଁ ରାଜ୍ୟର ୧୭ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି । ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଆଶଙ୍କା ରହିଛି । ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ ଓ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୩୦- ୪୦ ମିଲିମିଟର ବର୍ଷା ହୋଇପାରେ ।

ଆଗାମୀ ୪୮ ଘଣ୍ଟା ପାଇଁ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ଅନ୍ୟପଟେ ଆଗଉନି ମୌସୁମୀ । ମାଲକାନଗିରି ଜିଲ୍ଲାରେ ଅଟକିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏଥର ସଅଳ ମୌସୁମୀ ଆସିଥିଲା । ମାଲକାନଗିରିରେ ପ୍ରବେଶ କରିବା ପରେ ପାଗ ଅନୁକୂଳ ନଥିବାରୁ ଏବେ ମୌସୁମୀ ବାୟୁ ଆଉ ଆଗକୁ ବଢ଼ିପାରୁନି । ଏପଟେ କଲବଲ କରୁଛି ତାତି । ପଶ୍ଚିମରେ ଡହଡହ ଖରା ସାଙ୍ଗକୁ ଉପକୂଳରେ ଅସହ୍ୟ ଗରମ ଓ ଗୁଳୁଗୁଳି।ଏପପଟେ ଆଗମି ପାଞ୍ଚ ଦିନ ପାଇଁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ରହିବ । ଉପକୂଳ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଗରମ ସହ ଗୁଳୁଗୁଳି ହେବ।

Leave A Reply

Your email address will not be published.