ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ମୃତକ ଗାଁ କିର୍ତ୍ତନ ବେହେରା । ଗତକାଲି ରାତିରେ ପ୍ରବଳ ଗୁଳୁଗୁଳିରୁ ନିସ୍ଥାର ପାଇବାକୁ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏକାକି ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ । ବିଳମ୍ବିତ ସମୟ ପର୍ଯ୍ଯନ୍ତ ଘରକୁ ନଫେରାବାରୁ ପରିବାର ଲୋକେ ଖୋଜାଖୋଜି କରି ମୃତଦେହ ପାଣିରୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ପୋଲିସ୍ ମୃତଦେହ ଜବଦକରି ବ୍ୟବଚ୍ଛେଦ କରି ଅଧିକ ତଦନ୍ତ ଚଳାଇଛି ।