ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା ଅମର୍ଦାରୋଡ ଷ୍ଟେସନ ଠାରୁ କିଛି ଦୂର ଦକ୍ଷିଣ କ୍ୟାବିନ୍ ନିକଟରେ ମାଲବାହୀ ଟ୍ରେନର ୧୬ଟି ବଗି ନେଇ ଇଞ୍ଜିନ ଚାଲି ଯାଇଥିବା ବେଳେ ୧୪ ଟି ବଗି ରହି ଯାଇଥିଲା ।

ଆଜି ଅପରାହ୍ନରେ ମାଲବାହୀ ଟ୍ରେନଟି ଖଡ଼ଗପୁରରୁ ବାଲେଶ୍ବର ଅଭିମୁଖେ ଯାଉଥିଲା । ଅମର୍ଦ୍ଦା ଷ୍ଟେସନରୁ କିଛି ଦୂରରେ ଦକ୍ଷିଣ କ୍ଯାବିନ ନିକଟରେ କୌଣସି କାରଣବଶତଃ ଟ୍ରେନରୁ ୧୪ଟି ବଗି ଅଲଗା ହୋଇଯାଇଥିଲା । ଅନ୍ଯ ୧୬ଟି ବଗି ଇଞ୍ଜିନ ସହ ଚାଲି ଯାଇ ଥିଲା ।

ତେବେ ଦୁଇ କିଲୋମିଟର ଯିବା ପରେ ଲୋକୋ ପାଇଲଟ ଜାଣିପାରି ଟ୍ରେନକୁ ଅଟକାଇବା ସହ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିଲେ । ତୁରନ୍ତ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ମରାମତି କରି ବଗିଗୁଡିକୁ ଟ୍ରେନରେ ଲଗାଇ ଥିଲେ । ଏଥିପାଇଁ ସେହି ରୁଟରେ ପ୍ରାୟ ଘଣ୍ଟାଏ ପର୍ଯ୍ଯନ୍ତ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

Leave A Reply

Your email address will not be published.