ବିଦେଶିନୀଙ୍କୁ ୩୦୦ ଟଙ୍କାର ଗହଣା ବିକି ୬ କୋଟି ଠକି ନେଲା ଜୁଏଲାରୀ ଦୋକାନୀ, ଦୂତାବାସ ସହାୟତା ଲୋଡିଲେ ଆମେରିକା ମହିଳା

ଠକାମୀର ଶିକାର ହୋଇଛନ୍ତି ବିଦେଶୀ ମହିଳା । ଜଣେ ଜୁଏଲାରୀ ଦୋକାନୀ ଆମେରିକାର ଜଣେ ମହିଳାଙ୍କୁ ନକଲି ଗହଣା ବିକି ୬ କୋଟି ଟଙ୍କା ହଡପ କରିଛନ୍ତି । ଜୁଏଲାରୀ ଦୋକାନୀ ରୁପା ଚେନରେ ସୁନା ପାଣି ପିଆଇ ଏବଂ ମାତ୍ର ୩୦୦ ଟଙ୍କାର ଷ୍ଟୋନକୁ ଲକ୍ଷ ଲକ୍ଷ ଟଙ୍କାର ହୀରା କହି ବିକ୍ରି କରିଛନ୍ତି । ଏପରିକି ହୀରାଙ୍କ ନକଲି ସାର୍ଟିଫିକେଟ ମଧ ଦେଇଛନ୍ତି । ମହିଳାଙ୍କ ଅଭିଯୋଗରେ ଜୟପୁର ପୋଲିସ ମାମଲା ଦାୟର କରି ନକଲି ସାର୍ଟିଫିକେଟ ପ୍ରସ୍ତୁତ କରିଥିବା ଅଭିଯୁକ୍ତକୁ ଗିରଫ କରିଛି । ଆମେରିକା ଦୂତାବାସ ସହାୟତାରେ ଯାଂଚ ଆରମ୍ଭ କରିଛି । ଏହି ଘଟଣା ପରେ ଦୋକାନୀ ଏବଂ ପୁଅ ଫେରାର ରହିଛନ୍ତି ।

ସୂଚନା ମୁତାବକ, ଠକାମୀର ଶିକାର ହୋଇଥିବା ମହିଳାଙ୍କ ନାମ ଚେରିଶ । ଅଭିଯୋଗରେ ବିଦେଶୀ ମହିଳା ଜଣକ କହିଛନ୍ତି, ଜୟପୁରର ମନାକ ଛକ ଥାନା ଅଂଚଳ ବଜାରରେ ଥିବା ଏକ ଜୁଏଲାରୀ ଦୋକାନରୁ କିଣିଥିଲେ । ମହିଳା ଜଣକ କହିଛନ୍ତି କି, ଗହଣା କିଣିବା ପରେ ଆମେରିକା ଫେରିଯାଇଥିଲେ । କିନ୍ତୁ ଏପ୍ରିଲରେ ସେଠାରେ ଏକ ପ୍ରଦର୍ଶନୀ ହୋଇଥିଲା, ଯେଉଁଥିରେ ସେ ନିଜ ଗହଣାକୁ ଦେଖାଇଥିଲେ । କିନ୍ତୁ ସେଠାରୁ ଏହି ଗହଣା ନକଲି ବୋଲି ଜଣାପଡିଥିଲା ।

ପୀଡିତା ଜଣକ ତୁରନ୍ତ ଜୟପୁର ଆସିଥିଲେ । ଏଠାରେ ଦୋକାନ ମାଲିକ ରାଜେନ୍ଦ୍ର ସୋନି ଏବଂ ତାଙ୍କ ପୁଅ ଗୌରବଙ୍କୁ ଅଭିଯୋଗ କରିବା ପରେ ସେମାନେ ଏହା ମାନିବାକୁ ଅରାଜି ହୋଇଥିଲେ । ସେ ମହିଳାଙ୍କ କଥାକୁ ମାନିନଥିଲେ । ତେଣୁ ମହିଳା ଜଣକ ଚିନ୍ତିତ ହୋଇ ୧୮ ମଇରେ ଦୋକାନ ମାଲିକ ବିପକ୍ଷରେ ଥାନାରେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ଦୋକାନ ମାଲିକ ଚେରିଶ ବିପକ୍ଷରେ ମାମଲା ଦାୟର କରିଛନ୍ତି ।

ଏହାପରେ ଚେରିଶ ଦୂତାବାସର ସହାୟତା ଲୋଡିଛନ୍ତି । ଦୂତାବାସ ହସ୍ତକ୍ଷେପ କରିବା ପରେ ପୋଲିସ ଯାଂଚ ଆରମ୍ଭ କରିଛି । ଯାଂଚରେ ସବୁ ସତ ସାମ୍ନାକୁ ଆସିଛି । ସତ ଜଣାପଡିବା ପରେ ଦୋକାନୀ ବାପ-ପୁଅ ଫେରାର ହୋଇଯାଇଛନ୍ତି । ପୋଲିସ ଏମାନଙ୍କର ସନ୍ଧାନ କରୁଛି । ନନ୍ଦକିଶୋର ଜୁଏଲାରୀକୁ ହୀରାର ନକଲି ସାର୍ଟିଫିକେଟ ପ୍ରସ୍ତୁତ କରିଥିଲେ । ପୋଲିସ ତାଙ୍କୁ ଗିରଫ କରିଛି ।

Leave A Reply

Your email address will not be published.