ବଦଳିଲା ଛୁଟି ନିର୍ଦ୍ଦେଶନାମା, ଛୁଟିରେ ଥିଲେ ବି ଫୋନ ଯୋଗେ ସମ୍ପର୍କରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ସରକାରୀ ଅଧିକାରୀଙ୍କୁ ଛୁଟି ନିର୍ଦ୍ଦେଶନାମାରେ ଆଂଶିକ ପରିବର୍ତ୍ତନ । ୩୦ ଜୁନ୍ ଯାଏ ସରକାରୀ ଅଧିକାରୀଙ୍କୁ ଛୁଟି ମନା ନେଇ ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାହୋଇଥିଲା । ତେବେ ଦିନକ ପରେ ନିର୍ଦ୍ଦେଶନାମାରେ ଆଂଶିକ ପରିବର୍ତ୍ତନ କରାଯାଇଛି । ନୂଆ ନିର୍ଦ୍ଦେେଶନାମା ଅନୁଯାୟୀ ସରକାରୀ ଅଧିକାରୀଙ୍କୁ ସର୍ତ୍ତମୂଳକ ଛୁଟି ପ୍ରଦାନ କରାଯିବ । ଜରୁରୀ କାର୍ଯ୍ୟ ପାଇଁ ଛୁଟିରେ ଥିଲେ ମଧ୍ୟ ଅଧିକାରୀ ମାନେ ତୁରନ୍ତ ଫେରି କାର୍ଯ୍ୟରେ ଯୋଗ ଦେବେ । ଅଧିକାରୀମାନେ ମୋବାଇଲରେ ସଂପର୍କରେ ରହିବେ ବୋଲି ନିର୍ଦ୍ଦେଶ ଜାରି ହୋଇଛି ।

ଗତକାଲି ନିର୍ଦ୍ଦେଶନାମାରେ ଜୁନ୍ ୩୦ ଯାଏ ଜରୁରୀ ଦାୟିତ୍ବ ସଂପାଦନ ପାଇଁ ସରକାରୀ ଅଧିକାରୀମାନେ ମୁଖ୍ୟ ଦପ୍ତରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଥିଲା । ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

 

 

Leave A Reply

Your email address will not be published.