ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଗାଁ ଲୋକେ । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପଦନିପାଳ ଦୈତାରିପୁର ଗାଁର ପ୍ରଶାନ୍ତ ମଳିକ(୪୬) । ପ୍ରଶାନ୍ତ ଆଜି ସକାଳେ ଧାନ ବିଲକୁ ବିହନ ବୁଣିବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି ।

ଖବର ଲେଖା ହେବା ପର୍ଯ୍ୟନ୍ତ  ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି କ୍ଷତି ପୁରଣ ଦାବିରେ ଗାଁ ଲୋକେ  କଟକ-ଚାନ୍ଦବାଲି ରାସ୍ତାର ଆଳି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ସହ ସହ ଗାଡି ଅଟକି ରହିଛି । ଦୀର୍ଘ ଦୁଇ ଘଣ୍ଟା ହେବ ରାସ୍ତା ଅବରୋଧ ହୋଇଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ଦେଖାଦର୍ଶନ ନଥିବାରୁ ରାସ୍ତାରୋକ ଜାରି ରହିଛି ।

 

Leave A Reply

Your email address will not be published.