ଦୋକାନ ଭିତରେ ମାଡିଗଲା ଟ୍ରକ: ଜଣେ ମୃତ, ୨ ଗୁରୁତର

ଆସିକା (କେନ୍ୟୁଜ): ଦୋକାନ ଭିତରେ ମାଡିଗଲା ଟ୍ରକ । ଜଣେ ମୃତ, ୨ ଗୁରୁତର । ଗୁରୁତରଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ଆସିକା ପଟୁ ଶେରଗଡ଼ ଆଭିମୁଖେ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ବାହାଡାକୁଡ଼ା ଛକ ନିକଟରେ ଥିବା ଏକ ଦୋକାନ ମଧ୍ୟକୁ ପଶି ଯାଇଥିଲା । ଫଳରେ ଦୋକାନୀ ମହେନ୍ଦ୍ର ବିଷୋୟୀ ଟ୍ରକ ଚକତଳେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଅନ୍ୟ ଦୁଇ ଜଣ ବୃନାଵନ ସ୍ୱାଇଁ ଏବଂ କାମେଶ୍ୱର ସେଠିଙ୍କ ଅବସ୍ଥା ଗୁରୁତର ରହିଛି । ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ କରୁଛି ।
ସେହିପରି କାକଟପୁର ଜଗନ୍ନାଥପୁରଠାରେ ଓଲଟିଲା ପାନ ବୋଝେଇ ପିକଅପ୍ , ୩ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସମସ୍ତଙ୍କୁ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।