ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେବେ କାମଚଳା ବାଚସ୍ପତି, ଆଜି ରାଜଭବନରେ ନେବେ ଶପଥ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ ହେବ  । ୧୮ ଓ ୧୯ରେ ନୂଆ ବିଧାୟକଙ୍କ ଶପଥ ପାଠ ହେବ । କାମଚଳା ବାଚସ୍ପତି ନୂଆ ବିଧାୟକଙ୍କୁ ଶପଥ ପାଠ କରାଇବେ ।  ୮ ଥରର ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ କାମଚଳା ବାଚସ୍ପତି ଭାବେ ରାଜ୍ଯପାଳ ନିଯୁକ୍ତି ଦେଇଛନ୍ତି ।  ଆଜି ରାଜଭବନରେ ରାଜ୍ୟପାଳ ରଘୁବାର ଦାସ ପ୍ରଥମେ ରାଜା ସ୍ବାଇଁଙ୍କୁ ଶପଥ କରାଇବେ ।  ପରେ କାମଚଳା ବାଚସ୍ପତି ବିଧାନସଭାର ଅନ୍ୟ ବିଧାୟକଙ୍କୁ ଶପଥ ପାଠ କରାଇବେ । ସମ୍ବିଧାନରେ ପ୍ରୋଟେମ ସ୍ପିକର ବା କାମଚଳା ବାଚସ୍ପତି ନିଯୁକ୍ତି ନେଇ କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ । ସାଧାରଣତଃ ସଂସଦ ଓ ରାଜ୍ୟ ବିଧାନସଭାଗୁଡିକରେ ସ୍ୱଳ୍ପ ସମୟ ପାଇଁ କାର୍ଯ୍ୟକ୍ରମ ପରିଚାଳନା ପାଇଁ କାମଚଳା ବାଚସ୍ପତି ନିଯୁକ୍ତି କରାଯାଇଥାଏ । ବରିଷ୍ଠ ବିଧାୟକଙ୍କୁ କାମଚଳା ବାଚସ୍ପତି କରାଯାଇଥାଏ ।

ସେପଟେ ୨୬ ଜୁନରେ ଲୋକସଭାର ବାଚସ୍ପତି ନିର୍ବାଚନ ହେବ ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । କିଏ ହେବେ ଲୋକସଭାର ବାଚସ୍ପତି । ମୋଦୀ ସରକାରର ତୃତୀୟ ପାଳିରେ ଏନଡିଏର କେଉଁ ଦଳ ପାଖରେ ବାଚସ୍ପତି ଆସନ ରହିବ, ଏନେଇ ଚର୍ଚ୍ଚା ଜାରି ରହିଛି । ଏହାରି ଭିତରେ ସାମ୍ନାକୁ ଆସିଛି ବାଚସ୍ପତି ନିର୍ବାଚନ ତାରିଖ । ୨୭ ତାରିଖରେ ପୂର୍ବାହ୍ଣ ୧୧ଟାରେ ସଂସଦକୁ ସମ୍ବୋଧନ କରିବେ ରାଷ୍ଟ୍ରପତି । ଏହା ପୂର୍ବରୁ ନବ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିବେ ।

Leave A Reply

Your email address will not be published.