ରଜ ସଂକ୍ରାନ୍ତିରେ ଅଘଟଣ: ପୋଖରୀରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ

ରେଢାଖୋଲ (କେନ୍ୟୁଜ): ରେଢାଖୋଲରେ ଅଘଟଣ । ପୋଖରୀରେ ବୁଡ଼ି ୨ଭାଇଙ୍କ ମୃତ୍ୟୁ । ରେଢାଖୋଲ ସହର କଳିନ୍ଦର ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଦୁଇ ଶିଶୁଙ୍କ ବୟସ ସାଢେ ୩ ବର୍ଷ ଓ ଅଢେଇ ବର୍ଷ । ଦୁଇ ଭାଇ ଖେଳୁଥିବା ବେଳେ ପୋଖରୀରେ ଖସିପଡ଼ିବାରୁ ମୃତ୍ୟୁ ଘଟିଥିବା ସନ୍ଦେହ । ଘଟଣାସ୍ଥଳରେ ରେଢାଖୋଲ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ସୂଚନା ଯୋଗ୍ୟ ଗତକାଲି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୂଜାରୀ ଭରଣ୍ଡି ଗ୍ରାମରେ ପୋଖରୀରେ ବୁଡି ଯାଇ ମା ଓ ଝିଅଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଗୀତା କଲାର ଓ କରୀଶୀମା କଲାର । କାଲି ଦିନ ପ୍ରାୟ ୧୦ଟା ସମୟରେ ମା ଝିଅ ପୋଖରୀକୁ ଲୁଗା ସଫା କରିବା ସହ ଗାଧେଇବାକୁ ଆସିଥିଲେ । ଏହି ସମୟରେ ପାଣି ଭିତରେ ଝିଅ ବୁଡ଼ି ଯାଇଥିଲା । ଝିଅକୁ ବଞ୍ଚାଇବାକୁ ଯାଇ ମା ପୋଖରୀ ଭିତରକୁ ପଶି ଯାଇଥିଲା କିନ୍ତୁ ବଞ୍ଚାଇବାରେ ବିଫଳ ହୋଇଥିଲା । ପରେ ମାର ମୃତ୍ୟୁ ଘଟିଥିଲା ।