ଦାର୍ଜିଲିଂ: କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଲା ମାଲବାହୀ ଟ୍ରେନ, ୫ ମୃତ, ୨୫ ଆହତ; ବଢିପାରେ ମୃତକଙ୍କ ସଂଖ୍ୟା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ବଡ଼ ରେଳ ଦୁର୍ଘଟଣା । କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଲା ମାଲବାହୀ ଟ୍ରେନ । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ଖବର ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ତେବେ କ୍ଷୟକ୍ଷତି ନେଇ ସବିଶେଷ ସୂଚନା ମିଳିପାରି ନାହିଁ । କୋଲକାତା ସିଆଲଦା ଷ୍ଟେସନକୁ କାଞ୍ଚନଜଙ୍ଗା ଏକ୍ସପ୍ରେସ ଆସୁଥିବା ବେଳେ ସିଲିଗୁଡ଼ିରେ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା। । କାଞ୍ଚନଜଙ୍ଗା ଏକ୍ସପ୍ରେସ ର ୩ଟି ବଗି ଓଲଟି ପଡିଥିବା ସୂଚନା । ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ପରେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।

ଖବର ମୁତାବକ, କାଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତାରୁ ସିଆଲଦା ଯାଉଥିଲା । ଏହି ସମୟରେ ଏକ ମାଲବାହୀ ଗାଡି ଟ୍ରାକରେ ଠିଆ ହୋଇଥିବା ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସମସ୍ତ ସରକାରୀ ଓ ପ୍ରାଇଭେଟ୍ ହସ୍ପିଟାଲକୁ ଆଲର୍ଟ କରାଯାଇଛି । ଘଟଣାକୁ ଦୁଃଖ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଦୁର୍ଘଟଣା ସକାଳ ୯.୩୦ ମିନିଟରେ ଘଟିଛି । ଟ୍ରେନ ନଂ ୧୩୧୭୪ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେଇଥିଲା ମାଲଗାଡି । ଏହାପରେ ଏକ୍ସପ୍ରେସର ଦୁଇଟି ଡବା ଓଲଠିପଡିଥିଲା । ଟ୍ରେନ୍ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ, ଡିଭିଜନାଲ ଟିମ୍ ଏବଂ ୧୫ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଦୁଃଖ ପ୍ରକାଶ କରିବା ସହିତ ସମସ୍ତ ବିଭାଗକୁ ସତର୍କ ରହିବା ପାଇଁ କହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏନଡିଆରଏଫ ଏବଂ ଏସଡିଆରଏଫ କାମରେ ନିୟୋଜିତ ରହିଛନ୍ତି ।

ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.