ବଜାଜ ଲଞ୍ଚ କଲା Pulsarର ନୂଆ ଭାରିଆଣ୍ଟ, ଅନ୍ୟ ବାଇକରେ ରହିଛି ଅପଡେଟ୍

ବଜାଜ ନିଜର Pulsar N160ର ଏକ ନୂଆ ଭାରିଆଣ୍ଟ ଲଞ୍ଚ କରିଛି । ଏହା ହେଉଛି ବଜାଜ Pulsar N160 USD ଫର୍କ ଭାରିଆଣ୍ଟ । ଏହା ସହିତ ବଜାଜ ଅନ୍ୟ ପଲସରରେ କିଛି ଅପଡେଟ୍ ମଧ୍ୟ ଆଣିଛି, ଯେଉଁଥିରେ Pulsar 125, Pulsar 150 ଏବଂ Pulsar 220F ସାମିଲ ରହିଛି । ଏହି ବାଇକ୍ ଗୁଡିକରେ LCD ଡିସପ୍ଲେ ଅଛି ଯାହା ବ୍ଲୁଟୁଥ୍ ସହିତ କନେକ୍ଟ ହୋଇପାରିବ । ଏଥିରେ ନୂଆ କଲର ମଧ୍ୟ ଅଣାଯାଇଛି ।
Pulsar N160ରେ USD ଫର୍କ ବ୍ୟତୀତ କୌଣସି ବଡ଼ ପରିବର୍ତ୍ତନ କରାଯାଇ ନାହିଁ । ଏହି ବାଇକରେ ୧୬୪ccର ସିଙ୍ଗଲ୍ ସିଲିଣ୍ଡର, ଏୟାର-କୁଲ୍ଡ ଇଞ୍ଜିନ୍ ମିଳିବ । ଏହି ଇଞ୍ଜିନ୍ ୮,୭୫୦ rpmରେ ୧୬ hp ର ପାଓ୍ଵାର ମିଳିବ ଏବଂ ୬,୭୫୦ rpmରେ ୧୪.୭ Nm ଟର୍କ ଜେନେରେଟ୍ କରେ । ବଜାଜ ଏହାର ଦାମ୍ ୧.୪୦ ଲକ୍ଷ ଟଙ୍କା ରଖିଛି ।
ଯେଉଁଭଳି ବଡ଼ Pulsar N250ରେ ୩ ଟି ABS ମୋଡ୍ ମିଳିଥାଏ, ଠିକ୍ ସେହିପରି ବର୍ତ୍ତମାନ N160ରେ ମଧ୍ୟ ୩ଟି ABS ମୋଡ୍ ମିଳିବ, ଯାହା ରୋଡ୍, ରେନ୍ ଏବଂ ଏବଂ ଅଫ୍ ରୋଡ୍ ରହିଛି । ଏହି ସିଷ୍ଟମ୍ କେବଳ ABS ର କାର୍ଯ୍ୟ ପ୍ରଣାଳୀକୁ ବଦଳାଇଥାଏ ଏବଂ ଆପଣ ABS କୁ ପୂରା ବନ୍ଦ କରିପାରିବେ ନାହିଁ । ଆପଣ ଚାରୋଟି କଲର ଅପ୍ସନରେ N160 କିଣିପାରିବେ, ଯେପରିକି ରେଡ୍, ହ୍ଵାଇଟ୍, ବ୍ଲୁ, ଏବଂ ବ୍ଲାକ୍ । ଏହା ସହିତ ବଜାଜ Pulsar 125, 150 ଏବଂ 220F ରେ ବର୍ତ୍ତମାନ ଏକ ଡିଜିଟାଲ୍ ଡିସପ୍ଲେ ଏବଂ USB ଚାର୍ଜର ରହିଛି ଏବଂ କମ୍ପାନୀ ବର୍ତ୍ତମାନ ଏହି ବାଇକରେ ୩ ଟି ନୂଆ କଲର ଅପ୍ସନ ଆଣିଛି ।
ଯଦି ଆମେ ବଜାଜ ପଲସରର ରାଇଭଲ୍ ବାଇକ୍ ବିଷୟରେ କହିବା, ଏଥିରେ TVS Apache RTR 180 ସାମିଲ ଅଛି ଯାହାର ଏକ୍ସ ସୋ’ରୁମ୍ ଦାମ୍ ୧,୧୯,୮୯୦ ଟଙ୍କା । ଦ୍ୱିତୀୟ ବାଇକ୍ ବିଷୟରେ କହିବାକୁ ଗଲେ TVS ର Apache RTR 160 4V ରହିଛି, ଯାହାର ଏକ୍ସ ସୋ’ରୁମ୍ ଦାମ୍ ୧,୨୬,୯୨୫ ଟଙ୍କା ରହିଛି ।