ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା 

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି ରହିଛି । ଆଜି ସନ୍ଧ୍ୟା ସମୟରେ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀ ମନ୍ଦିରରେ ଘଟିଛି ବଜ୍ରପାତ । ତେବେ ପୂଜା ସମୟରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୂଜକ ସେବାୟତ ଓ ଶ୍ରଦ୍ଧାଳୁ ।

ବଜ୍ରପାତ ଯୋଗୁଁ ମନ୍ଦିରର  କଳସର କିଛି ଅଂଶ  ଏବଂ ତ୍ରିଶୂଳ ଭାଙ୍ଗି ଚଟାଣରେ ପଡ଼ିଥିବା ଦେଖାଯାଇଛି । ମନ୍ଦିର ଭିତରେ ଲାଗିଥିବା  ଇନ୍ ଭଟର ବ୍ୟାଟେରୀ ଫାଟି ପ୍ରଚଣ୍ଡ ଶବ୍ଦ ହେଇଥିଲା । ସେହିପରି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତର ସାନ ମହୁଲଡିହା ଗ୍ରାମରେ ଜଣେ ବୃଦ୍ଧଙ୍କୁ ବଜ୍ରାଘାତ ହୋଇଥିବା ବେଳେ ସେ ମୃତ୍ୟୁବରଣ କରିଛନ୍ତି ।

ସାନମହୁଲଡିହା ଗ୍ରାମରେ ସନ୍ଧ୍ଯା ୫ଟାରେ କାଳବୈଶାଖୀର ପ୍ରଭାବରେ ବର୍ଷା ପବନ ସହିତ ବଜ୍ରପାତ ହୋଇଥିଲା । ସେହି ସମୟରେ ଘର ପରିବାର ସହିତ ମଙ୍ଗତା (୭୦) ବାରଣ୍ଡାରେ ବସିଥିଲେ । ହଠାତ ବଜ୍ରାଘାତ ହୋଇଥିଲା। ବଜ୍ରାଘାତ ମଙ୍ଗତା ଉପରେ ହେବାରୁ ସେଠାରେ ସେ ଟଳିପଡ଼ିଲେ । ପରିବାର ଲୋକ ମାଙ୍ଗତାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.