ରଜ ମଉଜରେ ଶଶିକାନ୍ତଙ୍କ ବନାରସ ପାନର ମଜା ନିଆରା

କାକଟପୁର(କେନ୍ୟୁଜ):ମଉଜ ମଜଲିସ୍,ହସ ଉଲ୍ଲାସ । ରଜ ଆସିଲେ ସମସ୍ତେ ଖୋଜନ୍ତି ପୋଡ଼ପିଠା, ଦୋଳି ଖେଳ ଓ ରଜ ପାନ । ରଜ ପାନର ମଜା ନିଆରା । ପିଠାପଣା ସାଙ୍ଗକୁ ଯଦି ପାନ ଖଣ୍ଡେ ଖାଇବା ହେଇଗଲା ତା ହେଲେ ଜମି ଗଲା ପୁରା ରଜର ମାହୋଲ । ଏବେ ଆସିଛି ରଜ । ଘରେ ଘରେ ପିଠାପଣାର ମହକରେ ମହକୁଛି ସାରା ପରିବେଶ । ଛକ ଛକରେ ପାନ ଦୋକାନ । ପ୍ରତିବର୍ଷ ରଜରେ ପାନର ବିଭିନ୍ନ ଷ୍ଟଲ ଲାଗିଥାଏ ବିଭିନ୍ନ ସ୍ଥାନ ମାନଙ୍କରେ । ତେବେ ଚଳିତ ବର୍ଷ ବି ଗାଁଠୁ ସହର ସବୁଠି ଦୋଳି, ପାନ ଓ ପୀଠା ଭିତରେ ରଜର ଆସର ଜମିଛି ।

ଗତକାଲି ଥିଲା ପହିଲି ରଜ, ଆଜି ରଜ ସଂକ୍ରାନ୍ତି । ସବୁ ଆଡେ ଉତ୍ସବର ମାହୋଲ । ନୂଆ ପୋଷାକ ପିନ୍ଧି ଝିଅମାନେ ଖୁବ୍ ଖୁସିରେ ଏହି ପର୍ବକୁ ମନଭରି ଉପଭୋଗ କରୁଛନ୍ତି । କିନ୍ତୁ ଏହି ରଜ ସମୟରେ ସବୁଠୁ ନିଆରା ଜିନିଷଟି ହେଲା ରଜ ପାନ । ବିଭିନ୍ନ ପ୍ରକାରର ରଜ ପାନ ଏହି ସମୟରେ ମିଳିଥାଏ । ସେସବୁ ଭିତରୁ ବନାରସ ପାନର ସୁଆଦ ଆଉ ମହକ ସବୁଠୁ ଭିନ୍ନ ଆଉ ନିଆରା ।

ଏହି ପରମ୍ପରା ବହନ କରୁଥିବା ରଜରେ ଏହି ପାନ କିଏବା ନ ଖାଏ । ରଜ ସମୟରେ ବନ୍ଧୁ ବାନ୍ଧବ ଆଉ ଆତ୍ମୀୟ ସ୍ୱଜନ ଏହି ପାନ ଦେଇ ଘରକୁ ଆମନ୍ତ୍ରଣ କରିଥାନ୍ତି । ଏହି ଅବସରରେ ତୁଳଶିପୁର ବଜାରରେ ଶଶିକାନ୍ତ ସାହୁଙ୍କ ବନାରସ ପାନ ଏବେ ଭାରି ଚର୍ଚ୍ଚାରେ । ଯାହାକୁ ଖାଇବାକୁ କାଇଁ କେଉଁ ଦୂରରୁ ଏଠାକୁ ଆସିଥାନ୍ତି ଗ୍ରାହକ । ଏହି ସୁଆଦିଆ ପାନ ରେ ଚେରି ଆଉ ଲବଙ୍ଗ ସାଙ୍ଗକୁ,ଚାଳିଶ ପ୍ରକାର ମସଲା ଦେଇ ପୁରା ସ୍ଵତନ୍ତ୍ର ପାନ ପ୍ରସ୍ତୁତ କରାଯାଇଥାଏ । ଏହି ପାନକୁ ଯିଏ ଖାଇଛି ସିଏ ଆଉ ଥରେ ଖାଇବା ପାଇଁ ଏଠାରେ ଛୁଟି ଆସିଛି ।

ଫାଭିଓ: ବିଭିନ୍ନ ସ୍ଥାନରେ ବାଜୁଛି ରଜଗୀତ, ଝିଅ ବୋହୂ ସଭିଏଁ ପିଠାପଣା ସହିତ ପାନଟିଏ ଖାଇ ଖେଳୁଛନ୍ତି ଦୋଳି । ତେବେ ଏପଟେ କହିବାକୁ ଗଲେ, ପାନର ବି ରହିଛି ଧାର୍ମିକ ମହତ୍ତ୍ୱ । ହିନ୍ଦୁ ଧର୍ମରେ ପୂଜା ପାଇଁ ଅନେକ ସାମଗ୍ରୀ ବ୍ୟବହାର କରାଯାଇଥାଏ । ବିଶ୍ୱାସ ରହିଛି ପାନ ପତ୍ର ବିନା କୌଣସି ପୂଜା ସମ୍ପୂର୍ଣ୍ଣ ହୁଏ ନାହିଁ ।

 

 

Leave A Reply

Your email address will not be published.