ସରକାର ଗଠନ ପରେ ହୋଇପାରେ ବଡ଼ ଧରଣର ଅଦଳବଦଳ, ନୂଆ ମୁଖ୍ୟ ସଚିବଙ୍କ ଉପରେ ରହିଛି ସମସ୍ତଙ୍କ ନଜର

ଭୁବନେଶ୍ୱର (କେନ୍ୟୁଜ); ରାଜ୍ଯରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ରାଜ୍ଯ ପ୍ରଶାସନରେ ହୋଇପାରେ ବଡ଼ଧରଣର ଅଦଳବଦଳ। ସାଧାରଣତଃ ନୂଆ ସରକାର ଆସିଲେ ମୁଖ୍ୟ ସଚିବ ଓ ଡିଜି ପରିବର୍ତ୍ତନ ହୋଇଥାଆନ୍ତି। ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରହିଛି। ଗତ ଡିସେମ୍ବେରରେ ତାଙ୍କ କାର୍ଯ୍ୟକାଳ ୬ ମାସ ପାଇଁ ବୃଦ୍ଧି ହୋଇଥିଲା । ଏବେ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆଉ ଥରେ ବୃଦ୍ଧି ହେବ ନା ନୂଆ ମୁଖ୍ୟ ସଚିବ ନିଯୁକ୍ତି ହେବେ ତାକୁ ନେଇ ଚର୍ଚ୍ଚା ଚାଲିଛି। ନୂଆ ମୁଖ୍ୟ ସଚିବ କିଏ ହେବେ ତାହା ଉପରେ ନଜର ରହିଛି।

ସେହିପରି ସଚିବ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇପାରେ। ନୂଆ ମନ୍ତ୍ରୀମାନଙ୍କ ବିଭାଗ ମିଳିବା ପରେ କେଉଁ ବିଭାଗରେ କିଏ ସଚିବ ହେବେ ତାକୁ ନେଇ ବିଚାର ବିମର୍ଶ ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରମୁଖ ସଚିବ କିଏ ହେବେ ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେଉଁ ଅଧିକାରୀମାନଙ୍କୁ ନିଯୁକ୍ତି ମିଳିବ ତାକୁ ଅପେକ୍ଷା ରହିଛି। ସେହିପରି ଜିଲା ସ୍ତରରେ ମଧ୍ଯ ଜିଲ୍ଲାପାଳ କ୍ଷେତ୍ରରେ ବଡ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.