G-7 ସମ୍ମିଳନୀରେ ମୋଦି କ୍ରେଜ୍; ଦ୍ବି ପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ କଲେ ଆଲୋଚନା

ନୂଆଦିଲ୍ଲୀ : G-7 ସମ୍ମିଳନୀରେ ମୋଦି କ୍ରେଜ୍ । ଜି-୭ର ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ସମ୍ମିଳନୀ ଅବସରରେ ଦ୍ବିପାକ୍ଷିକ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଳ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜର୍ମାନୀ ଚାନସେଲର ଓ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ପୋପଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ସମସ୍ତ ରାଷ୍ଟ୍ରନେତାଙ୍କ ସହ ଭାରତର ଦ୍ବିପାକ୍ଷିକ ସଂପର୍କ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଯୁଦ୍ଧ ସ୍ଥିତି ନେଇ ଆଲୋଚନା କରିଛନ୍ତି ମୋଦି। ପୁଣି ଥରେ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି । ଆଲୋଚନା ଓ କୂଟନୀତି ଜରିଆରେ ଶାନ୍ତିପୂର୍ଣ୍ଣ ସମାଧନକୁ ଭାରତ ସବୁବେଳେ ସମର୍ଥନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ଦ୍ବିପାକ୍ଷିକ ସଂପର୍କ ନେଇ ଉଭୟ ଆଲୋଚନା କରିଛନ୍ତି। ଜି-୭ରେ ଭାରତର କ୍ରେଜ ଦେଖିବାକୁ ମିଳିଛି । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମୋଦିଙ୍କୁ ନମସ୍କାର କରି ସ୍ବାଗତ କରିଥିଲେ ।

ଏପରିକି ସମସ୍ତ ଜି-୭ ନେତାଙ୍କୁ ମେଲୋନି ନମସ୍କାର କରି ସମ୍ମିଳନୀକୁ ସ୍ବାଗତ କରିଥିବା ଦେଖିବାକୁ ମିଳିଥିଲା । ଜି-୭ ବର୍ଦ୍ଧିତ ଅଧିବେଶନକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ବୈଷୟିକ ଜ୍ଞାନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଗ୍ଲୋବାଲ ସାଉଥରେ ଭାରତର ଭୂମିକା, ଭାରତର ଲୋକସଭା ନିର୍ବାଚନ ଆଦି ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖିଥିଲେ । ବୈଷୟିକ ଜ୍ଞାନ ରଚନାତ୍ମକ ହେବା କଥା, ବିନାଶକାରୀ ନୁହେଁ ବୋଲି ମୋଦି କହିଥିଲେ । ଜି-୭ ଅଧିବେଶନ ସାରି ଇଟାଲୀ ଛାଡ଼ିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.