ଆଜି ରଜ ସଂକ୍ରାନ୍ତି: ଦୋଳି ଖେଳ ସାଙ୍ଗକୁ ରଜ ପାନ, ପୋଡ ପିଠାର ଜମୁଛି ଆସର

ଭୁବନେଶ୍ୱର (କେନ୍ୟୁଜ):  ଗାଁ ଦାଣ୍ଡରେ ରଜର ମହମହ ବାସ୍ନା । ଆଜି ମଝି ରଜ । ୩ ଦିନିଆ ରଜ ଉତ୍ସବର ଆଜି ଦ୍ବିତୀୟ ଦିନ। ଓଡ଼ିଶାର ଗଣପର୍ବ ରଜ ପାଇଁ ଆଜି ବି ଉତ୍ସବମୁଖର ଗାଁଠୁ ସହର । ଅଳତା, କୁଙ୍କୁମ, ମେହେନ୍ଦି ଲଗାଇ ସଜେଇ ହୋଇ ଦୋଳି ଖେଳୁଛନ୍ତି ଝିଅ ବୋହୂ । ରଜ ସଜବାଜ ହୋଇ ନୂଆ ଡ୍ରେସ୍‌ ପିନ୍ଧି ଗାଁ ବୁଲୁଛନ୍ତି। ଘରେ ଘରେ ପିଠାପଣାର ମହକ । ପୋଡପିଠା, ଚକୁଳି, ଇଡଲି, ଛୁଞ୍ଚିପତ୍ର, ଆରାସିି, କାକରା ଭଳିକି ଭଳି ପିଠାପଣା ପ୍ରସ୍ତୁତ ହୋଇ ରହିଛି। ଜମିଛି ତାସ୍‌, ଲୁଡୁ ଏବଂ ଚେସ୍‌ ଖେଳର ଆସର। ପ୍ରସ୍ତୁତ ହୋଇ ରହିଛି ରଜ ପାନ। ଘରେ ଘରେ ଜମିଛି ବନ୍ଧୁବାନ୍ଧବଙ୍କ ଭିଡ଼ । ରଜ ଓଡ଼ିଶାର ଏକ ପାରମ୍ପରିକ କୃଷି ଭିତ୍ତିକ ପର୍ବ ।

ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।

Leave A Reply

Your email address will not be published.