କୁଏତରୁ ଭାରତକୁ ଆସୁଛି ୪୫ ଜଣଙ୍କ ମୃତଦେହ, ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ 

ନୂଆଦିଲ୍ଲୀ ; କୁଏତ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଥିବା ୪୫ ଭାରତୀୟଙ୍କ ମୃତଦେହ ଭାରତକୁ ଅଣାଯାଉଛି  ।  ଏଥିରେ ଦୁଇଜଣ ଓଡ଼ିଆ ଶ୍ରମିକ ଅଛନ୍ତି  । ମୃତକ ଦୁଇ ଓଡ଼ିଆ ହେଉଛନ୍ତି ସନ୍ତୋଷ ଗୌଡ଼ ଏବଂ ମହମ୍ମଦ ଜହୁର । ଜହୁରଙ୍କ ଘର କଟକ ଜିଲ୍ଲା ତିଗିରିଆରେ । ମୃତକଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି । ଏହି ଭୟାବହ ଅଗ୍ନିକାଣ୍ଡରେ ମୋଟ ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେଥିରେ ୪୫ ଜଣ ଭାରତୀୟ ଅଛନ୍ତି ।

ଏମାନଙ୍କ ମଧ୍ୟରେ ରହିଛନ୍ତି କେରଳର ୨୩ ଜଣ , ୭ ଜଣ ତାମିଲନାଡୁର ଏବଂ ଆନ୍ଧ୍ରର ୨ ଜଣ । ବିହାର, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶର ଜଣେ ଲେଖାଏଁ ଅଛନ୍ତି । ବାୟୁସେନାର ସ୍ବତନ୍ତ୍ର ବିମାନ ସୁପର ହରକ୍ୟୁଲେସ ଯୋଗେ ଆଣାଯାଇ ଥିବା ମୃତଦେହ ସବୁ କୋଚିନ୍ ବିମାନ ବନ୍ଦରରେ ପହଞ୍ଚିବ । ମୃତକଙ୍କ ମଧ୍ୟରୁ ଅଧିକାଂଶ କୁଏତର ଏନବିଟିସି କମ୍ପାନୀରେ କାମ କରୁଥିଲେ। କମ୍ପାନୀ ତରଫରୁ ଦିଆଯାଇଥିବା ବିଲଡିଂରେ ଶ୍ରମିକମାନେ ରହୁଥିଲେ ।  ସେହିଠାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା  । ସର୍ଟ ସର୍କିଟ୍ ଯୋଗୁଁ ବିଲଡିଂରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।  ମୃତକଙ୍କ ମଧ୍ୟରେ କେବଳ ଶ୍ରମିକ ନୁହନ୍ତି ଆକାଉଣ୍ଟାଣ୍ଟ, ଇଂଜିନିୟର, ବୟସ୍କ ଏବଂ ଯୁବକ ରହିଛନ୍ତି  ।

Leave A Reply

Your email address will not be published.