କାଶୀପୁରରେ ଅଜଣା ରୋଗ ଆତଙ୍କ : ଗଲାଣି ୪ ଶିଶୁଙ୍କ ଜୀବନ

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲା କାଶୀପୁର ବ୍ଳକରେ ପୁଣି ଅଜଣା ରୋଗ ଆତଙ୍କ । ଦୁର୍ଗମ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ମନୁଷପଦର ଗାଁରେ ଅଜଣା ରୋଗର ପ୍ରାଦୁର୍ଭାବ। ବର୍ତ୍ତମାନ ସୁଦ୍ଧା ୪ ଜଣ ଶିଶୁ ମୃତ୍ୟୁବରଣ କଲେଣି । ଅନେକ ଆକ୍ରାନ୍ତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଚଳିତ ମାସ ୩ ତାରିଖ ଠାରୁ ରୋଗ ବ୍ୟାପିଲାଣି । ଆକ୍ରାନ୍ତ ଶିଶୁମାନଙ୍କ ଗଳା ଫୁଲିବା ସହିତ ଜ୍ବର ହେଉଛି । ସ୍ବାସ୍ଥ୍ୟଗତ ସଚେତନତା ଅଭାବରୁ ପ୍ରଥମେ ଗ୍ରାମବାସୀ ଗୁଣିଆ ସହାୟତା ନେଇଥିଲେ । ଏହା ଭିତରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହେଲାଣି ।

ଆକ୍ରନ୍ତଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡଃ ଲାଲ ମୋହନ ରାଉତରାୟ , ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡଃ ବରଦାକାନ୍ତ ମିଶ୍ର ଓ ମାଇକ୍ରୋବାୟୋଲୋଜିଷ୍ଟ ଡଃ ସୂର୍ୟ୍ୟକାନ୍ତ ସାମଲ ପହଞ୍ଚିଛନ୍ତି । ଗଳାରେ ସଂକ୍ରମଣ ଯୋଗୁଁ ଏଭଳି ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆକ୍ରାନ୍ତଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। କୋରାପୁଟ ଲକ୍ଷ୍ମଣ ନାୟକ ମେଡିକଲ କଲେଜ ସମେତ ରାଜ୍ୟ ଶିଶୁ ବିଶେଷଜ୍ଞ ମାନଙ୍କ ସହିତ ପରାମର୍ଶ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ କହିଛନ୍ତି।

Leave A Reply

Your email address will not be published.