ଜନତା ମୈଦାନରେ ଭବ୍ୟ ପ୍ରସ୍ତୁତି, ଅପରାହ୍ନ ୪ଟା ୪୫ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଜନତା ମୈଦାନରେ ଭବ୍ୟ ପ୍ରସ୍ତୁତି ।  ନବବଧୂ ଭାବେ ସଜେଇ ହୋଇଛି ।  ଆଜି ଅପରାହ୍ଣ ପ୍ରାୟ ୪ଟା ୪୫ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ।  ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୩୦ ହଜାର ଲୋକଙ୍କ ସମାଗମ ହେବ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ନିର୍ବାଚନ ବେଳେ ପ୍ରଚାରରେ ଆସିଥିବା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବହୁ କେନ୍ଦ୍ରମନ୍ତ୍ରୀ ସାମିଲ ହେବେ। ଏହା ସହ ପଦ୍ମ ସମ୍ମାନରେ ସମ୍ମାନିତ, ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମଧ୍ୟ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବେ ।

ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି ।  ଭୁବନେଶ୍ବରରେ ପ୍ରାୟ ଅଢେଇଟାରେ ପହଞ୍ଚିବେ । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ୫ ଘଣ୍ଟା ପାଇଁ ଜାରି ହୋଇଛି ଟ୍ରାଫିକ କଟକଣା ।  ଦିନ ୨ଟାରୁ ରାତି ୭ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ବଳବତ୍ତର ରହିବ । ଜୟଦେବ ବିହାରରୁ ନାଲକୋ ଛକ ଦେଇ ଗାଡ଼ି ଚଳାଚଳ ମନା । ସଂଲଗ୍ନ ଗଳି ରାସ୍ତାରେ ମଧ୍ୟ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ । ସୁରକ୍ଷା ପାଇଁ ଭୁବନେଶ୍ବରରେ ମୁତୟନ ହେବେ ୬୭ ପ୍ଲାଟୁନ ପୋଲିସ ଫୋର୍ସ ।  ଜଣେ ଆଇଜି, ୨ ଜଣ ଡିଆଇଜି ତଦାରଖ ଦାୟିତ୍ବରେ ରହିବେ ।

Leave A Reply

Your email address will not be published.