ଓଲଟିଲା ପାନ ବୋଝେଇ ପିକଅପ୍ , ୩ ମୃତ

କାକଟପୁର (କେନ୍ୟୁଜ): ପହିଲି ରଜରେ ଅଘଟଣ ।  ଓଲଟିଲା ପାନବୋଝେଇ ପିକଅପ୍ , ୩ ମୃତ।  କାକଟପୁର ଜଗନ୍ନାଥପୁରଠାରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି, ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସମସ୍ତଙ୍କୁ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଅସ୍ତରଙ୍ଗ ନିକଟ ଛତିଆନା ଗାଁର ୧୮ଜଣ ପାନଚାଷି ଏକ ପିକଅପ ଭ୍ୟାନରେ ପାନ ଝୁଡି ବୋଝେଇ କରିଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା । କାକଟପୁର ନିକଟ ଜଗନ୍ନାଥପୁର ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଗାଡ଼ି । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.