ଇଟାଲି ଗସ୍ତରେ ପ୍ରଧାନମନ୍ତ୍ରୀ, ଜି-୭ ଶିଖର ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ : ଇଟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୃତୀୟ ଥର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ । ପ୍ରଧାନମନ୍ତ୍ରୀ ଇଟାଲିର ଆପୁଲିଆରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଭାଗ ନେବେ । ଏହି ସମ୍ମିଳନୀକୁ ଭାରତକୁ ଆଉଟରିଚ୍ କଣ୍ଟ୍ରି ଭାବେ ଆମନ୍ତ୍ରିତ କରାଯାଇଛି । ଏହି ସମ୍ମିଳନୀରେ ଭାରତ ୧୧ ଥର ଯୋଗ ଦେଇ ସାରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚମ ଥର ପାଇଁ ଏହି ସମ୍ମିଳନୀରେ ଭାଗ ନେଉଛନ୍ତି ।

ଏହି ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସମେତ ୟୁରୋପୀୟ ସଂଘର ପ୍ରତିନିଧିମାନେ ମଧ୍ୟ ଭାଗ ନେବାକୁ ଇଟାଲିରେ ପହଞ୍ଚି ସାରିଛନ୍ତି। ଶିଖର ସମ୍ମିଳନୀରେ ଶକ୍ତି, ଜଳବାୟୁ ପରିବର୍ତ୍ତନ, ପରିବେଶ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଦି ପ୍ରସଙ୍ଗରେ ଆଲୋଚନା ହେବ। ଏହାସହିତ ଗ୍ଲୋବାଲ ସାଉଥରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମ୍ମିଳନୀରେ ଆଲୋଚନା ହେବା ସହ ଇଟାଲି- ଭାରତ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ନେଇ ଆଲୋଚନା ହେବ ବୋଲି ଇଟାଲିରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ବାଣୀ ରାଓ କହିଛନ୍ତି।

Leave A Reply

Your email address will not be published.