ରାଜ୍ୟରେ ଆଇନ ଶୃଙ୍ଖଳା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଗୁଣାତ୍ମକ ମନୋଭାବ ନେଇ କାମ କରିବାକୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ।  ଆଜି ରାଜ୍ୟ ଅତିଥି ଭବନରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବା ପରେ ମୋହନ ଚରଣ ମାଝୀ ପ୍ରଶାସନିକ ଅଧିକାରୀଙ୍କ ସହ ଘନ ଘନ ବୈଠକ କରୁଛନ୍ତି । ରାଜ୍ୟ ଅତିଥି ଭବନରେ ଖୋଲିଥିବା ଅସ୍ଥାୟୀ ସିଏମଓରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ।

ବୈଠକରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ , ADG ଆଇନ ଶୃଙ୍ଖଳା ସଞ୍ଜୟ କୁମାର ସାମିଲ ଥିଲେ ।  ଗୁଇନ୍ଦା ନିର୍ଦେଶକ, ଗୁଇନ୍ଦା ଆଇଜି ଓ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାର ଏସପି ମାନେ ବି ବୈଠକରେ ସାମିଲ ହୋଇଥିଲେ। ଗୁଣାତ୍ମକ ମନୋଭାବ ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ରାଜ୍ୟରେ କିଭଳି ଆଇନ ଶୃଙ୍ଖଳା, ସୁରକ୍ଷା, ସ୍ନାନ ପୂର୍ଣ୍ଣିମା, ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି  । ସେହିପରି ମାଓ ମୁକାବିଲା, ପୋଲିସକୁ ଅଧିକ ଲୋକାଭିମୁଖୀ କରିବା, ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ, ସାଧାରଣ ଲୋକଙ୍କୁ ତୁରନ୍ତ ନ୍ୟାୟ ଦେବା ନେଇ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.