ଏଥର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ବଜେଟ ଉପସ୍ଥାପନ

ଭୁବନେଶ୍ୱର :   ଆଜି ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ହେବ । ଆସନ୍ତା 100 ଦିନ ଭିତରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ନୂଆ ସରକାର ।  ସେହିପରି ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବା ପାଇଁ ମଧ୍ଯ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ବେଳେ ଏହି ଦୁଇଟି ବଡ ନିଷ୍ପତ୍ତି ପାଇଁ ବଜେଟ୍ ରେ ବ୍ୟୟବରାଦ କରିପାରନ୍ତି ରାଜ୍ଯ ସରକାର  । ଏହା ବାଦ ରାଜ୍ୟରେ କିଛି ନୂଆ ଯୋଜନା ଲାଗୁ କରିବା ନେଇ ଆଜିର ବୈଠକରେ ହୋଇପାରେ ଆଲୋଚନା ।

ସାଧାରଣ ନିର୍ବାଚନ ପାଇଁ ପୂର୍ବ ସରକାର ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଥିଲେ । ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ଚାରି ମାସ ପାଇଁ କାମ ଚଳା ବଜେଟ ଉପସ୍ଥାପନ ହୋଇଥିଲା । ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପାଇଁ ଆଜି ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିବେ । ଗତକାଲି ଅର୍ଥ ସଚିବ ବିଶାଲ ଦେବ ଓ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି ।

Leave A Reply

Your email address will not be published.