ଟି୨୦ ବିଶ୍ୱକପ ୨୦୨୪: ଭାରତ ବନାମ କାନାଡା, ପଡିପାରେ ବର୍ଷା ପ୍ରଭାବ

ଭାରତ ଏବଂ କାନାଡା ମଧ୍ୟରେ ଆଜି ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯିବ । ଭାରତ ଟି୨୦ ବିଶ୍ୱକପରେ ୩ଟି ମ୍ୟାଚ ଜିତି ସୁପର-୮ରେ ସ୍ଥାନ ପକ୍କା କରିଛି । କାନାଡା ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇସାରିଛି । ଆଜିର ମ୍ୟାଚ କାନାଡାର ଟି୨୦ ବିଶ୍ୱକପରେ ଶେଷ ମ୍ୟାଚ । ଏହି ମ୍ୟାଚ ଜିତିଲେ ମଧ୍ୟ କାନାଡା ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିବ । ହେଲେ ରୋହିତ ବାହିନୀ ଅଜେୟ ହୋଇ ସୁପର-୮ରେ ପ୍ରବେଶ କରିବାକୁ ଇଚ୍ଛା ରଖିଛି । ଏହାରି ମଧ୍ୟରେ ଫ୍ଲୋରିଡାରେ ବର୍ଷା ଯୋଗୁଁ ମ୍ୟାଚକୁ ନେଇ ଆଶଙ୍କା ରହିଛି ।

ଭାରତ ସୁପର-୮ରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନକୁ ଭେଟିବ । ତୃତୀୟ ଟିମ୍‌ ଫାଇନାଲ ହୋଇନାହିଁ । ସୁପର-୮ରେ ମୋଟ ଟି ଟିମ୍‌ ଖେଳିବ । ଏହାପରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ଖେଳାଯିବ ।

ଆଜି ଫ୍ଲୋରିଡାର ଲାଡରାହିଲର ସେଣ୍ଟ୍ରାଲ ବ୍ରେବୋର୍ଡ ରିଜନାଲ ପାର୍କ ଷ୍ଟାଡିୟମରେ ଭାରତ ଏବଂ କାନାଡା ମଧ୍ୟରେ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ ସନ୍ଧ୍ୟା ୮ଟାରେ ଖେଳାଯିବ । ଫ୍ଲୋରିଡାରେ ବର୍ଷା ଯୋଗୁଁ ଆଜିର ମ୍ୟାଚ ଉପରେ ପ୍ରଭାବ ପଡିପାରେ । ଫ୍ଲୋରିଡାରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବ ମ୍ୟାଚ ଉପରେ ପଡିପାରେ ବୋଲି ଅନୁମାନ କରାଯାଉଛି । ଫ୍ଲୋରିଡାଠାରେ ବର୍ଷା ବନ୍ଦ ହୋଇଯାଉ ଏବଂ ପ୍ରଶଂସକମାନେ କ୍ରିକେଟ୍ ଦେଖିବାର ସୁଯୋଗ ପାଆନ୍ତୁ ବୋଲି ଆଶା ରଖିଛନ୍ତି ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ବିରାଟ କୋହଲି, ଯଶସ୍ୱୀ ଜୟସଓ୍ଵାଲ, ସଂଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂ, ମହମ୍ମଦ ସିରାଜ

Leave A Reply

Your email address will not be published.