ଚର୍ଚ୍ଚ ପରିସରରେ ବିସ୍ଫୋରଣ ଘଟଣା, ବୋମା ନୁହେଁ ଥିଲା ସର୍ଟ ବାଣ

କଟକ (କେନ୍ୟୁଜ): କଟକ ସୂତାହାଟ ବଡ଼ ଗିର୍ଜାରେ ଶୁକ୍ରବାର ବୋମାମାଡ଼ ହୋଇଥିବା ନେଇ ସୂଚନା ମିଳିଥିଲା । ରାତି ପାଖାପାଖି ୯.୧୫ ମିନିଟ ଏହି ବୋମାମାଡ଼ ହୋଇଥିଲା । କାହାର କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଥିଲା । ଘଟଣା ସ୍ଥଳରେ ପୋଲିସ ଛାନବିନ କରିଥିଲା ।

ତେବେ ତଦନ୍ତ ପରେ ଏହା ବୋମା ନଥିଲା, ଏକ ସର୍ଟ ବାଣଥିଲା ବୋଲି ପୋଲିସ କହିଛି । ଚର୍ଚ୍ଚ ପରିସରରେ ଥିବା ସି ସି କ୍ୟାମେରା ଯାଞ୍ଚ ପରେ ଆସିଲା ଘଟଣାର ସତ୍ୟତା ସାମ୍ନାକୁ ଆସିଛି । । ଜଣେ ପିଲା ଚର୍ଚ୍ଚ ପରିସରରେ ଆସି ବାଣ ଫୁଟାଇବାର ଦୃଶ୍ୟ ସି ସି ଟିଭି ଫୁଟେଜରେ କଏଦ ହୋଇଥିଲା । ଶୁକ୍ରବାର ରାତିରେ ଚର୍ଚ୍ଚ ପରିସରରେ ବୋମା ମାଡ଼ ହେବା ନେଇ ଖବର ପ୍ରଚାରିତ ହୋଇଥିଲା। ପୋଲିସ ତଦନ୍ତ ପରେ ଜଣା ପଡ଼ିଛି ସତ୍ୟତା ।

Leave A Reply

Your email address will not be published.