ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ ଘଟିଛି ଏହି ଅଘଟଣ l ଗତକାଲି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ବେଷଣରେ ହାତୀଟି ଗାଁ ଭିତରକୁ ପଶି ଆସିଥିଲା । ଜଣଙ୍କ ଘରେ ପଶିବାକୁ ଚେଷ୍ଟା କରିବାରୁ ସେଠାରେ ଯାଇଥିବା ବିଦ୍ଯୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଘଟଣାସ୍ଥଳରେ ହାତୀଟିର ମୃତ୍ଯୁ ଘଟିଥିଲା। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଗତ କିଛି ଦିନ ଧରି ଦନ୍ତା ହାତୀଟି ଜଙ୍ଗଲରୁ ଗାଁ ଭିତରକୁ ପଶି ଆସି ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଉଥିଲା।

You might also like