ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ନୂଆପଡ଼ା ଜିଲ୍ଲା ଖଡିଆଳ- ଭବାନୀପାଟଣା ରାଜ୍ୟ ରାଜପଥର ଲଛିପୁର ଗାଁ ଠାରେ ଘଟିଯାଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ଚାରି ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ବଡ ଭାଇର ଜନ୍ମ ଦିନ ଥିବା ନେଇ ୪ ଜଣ ଖଡିଆଳରୁ ତୁକଲା ଅଭିମୁଖେ ଏକ କାରରେ ଯାଉଥିଲେ l ଲଛିପୁର ଗ୍ରାମ ନିକଟରେ ହଠାତ କାରଟି ଏକ ଟ୍ରାକ୍ଟର ପଛ ପଟେ ଧକ୍କା ହୋଇଥିଲା । ପରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକରେ ମଧ୍ୟ ପିଟି ହୋଇଥିଲା କାର। ଫଳରେ ଘଟଣା ସ୍ଥଳରେ ହିଁ ଚାରି ଜଣଙ୍କ ମୃତ୍ୟୁ ଘଟିଛି । ଚାରି ଜଣ ଖଡିଆଳର ବୋଲି ଜଣାଡ଼ିଛି । ଟ୍ରାକ୍ଟରେ ଥିବା ଅନ୍ୟ ଦୁଇ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଖଡିଆଳ ପୋଲିସ ପହଞ୍ଚି ଆହତଙ୍କୁ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ମୃତକ ମାନେ ହେଉଛନ୍ତି ଖଡିଆଳର ରୁଶି ସାହୁ, ଶୁଭମ୍ ମହାଉତି, ବଣ୍ଟି ଲାଲ ଓ ଦେବରାଜ ପଟେଲ l ସମ୍ପର୍କୀୟ ମାନେ ଘଟଣା ସ୍ଥଳରେ ପହଞ୍ଚି କାନ୍ଦୁଥିବାର ଦେଖାଯାଇଛି ।

ଏହି ଦୁର୍ଘଟଣାରେ କାରର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ତେବେ ଏହି ଦୁର୍ଘଟଣା ପଛର କାରଣ ଜଣା ପଡ଼ି ନାହିଁ ।

 

Leave A Reply

Your email address will not be published.