ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଇଛି

ପୁରୀ (କେନ୍ୟୁଜ); ଆଜିଠୁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ୱାର । ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାହେଲା । ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବରୁ ପ୍ରଥମଟି କାର୍ଯ୍ୟକାରୀ ହୋଇଛି । ପ୍ରଥମ ପ୍ରସ୍ତାବ ଅନୁଯାୟୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି । ଭକ୍ତଙ୍କ ଆବେଗକୁ ଦୃଷ୍ଟିରେ ରଖି ସରକାରଙ୍କ ଉପସ୍ଥିତିରେ ଆଜି ୪ ଦ୍ୱାର ଖୋଲାହେଲା । ମହାପ୍ରଭୁଙ୍କ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହେବନାହିଁ । ମହାପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଇଛି, ମହାପ୍ରଭୁଙ୍କ ଇଚ୍ଛାରେ ସବୁକିଛି ହୁଏ । ଚାରିଦ୍ଵାର ଖୋଲିବା ନେଇ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା । ତେଣୁ ଚାରି ଦ୍ଵାର ଖୋଲିବା ପରେ ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ କହିଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମନ୍ଦିର ଭିତର ଓ ବାହାରର ସ୍ଥିତି ଅନୁଧ୍ୟାନ କରିଲୁ। ଶୃଙ୍ଖଳିତ ଦର୍ଶନ ନେଇ ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ନେବୁ ।  ଏବେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଲା । ଏଥିସହ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ହୋଇଛି । ନୀତିକାନ୍ତିରେ କେମିତି ବାଧା ସୃଷ୍ଟି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି  । ଧୀରେଧୀରେ ଅନ୍ୟାନ୍ୟ ସମସ୍ୟାର ବି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.