ପାରିବାରିକ କଳହରୁକରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ମାରି ଦେଲା ସ୍ୱାମୀ

ସୋରୋ (କେନ୍ୟୁଜ): ନୃଶଂସ ସ୍ବାମୀ । ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା । ପାରିବାରିକ କଳହର କରୁଣ ପରିଣତି । ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନୁରିଆ ଗାଁରେ ଅଭାବନୀୟ ଘଟଣା । ମୃତକ ସେହି ଗାଁର କାଞ୍ଚନ ପରିଡା । ବିଳମ୍ବିତ ରାତିରେ ଘଟିଛି ଘଟଣା ।  ଘଟଣାସ୍ଥଳରେ ଖଇରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।  ତେବେ ଘଟଣା ପରେ ସ୍ୱାମୀ ରମାକାନ୍ତ ଅଟକ ଅଛନ୍ତି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଅସୁରିଆ ଗାଁର ରମାକାନ୍ତ ପରିଡା ଓ ସ୍ତ୍ରୀ କାଞ୍ଚନ ପରିଡାଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରମାକାନ୍ତ ଏକ ଠେଙ୍ଗାରେ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି ।  ଖବର ପାଇ ପୋଲିସ୍ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି  ।  ଗତ ୭ ବର୍ଷ ତଳେ ମଧ୍ୟ ରମାକାନ୍ତ ହତ୍ୟା ଉଦ୍ୟମରେ ଜେଲ ଯାଇଥିଲେ ।

Leave A Reply

Your email address will not be published.