ଝାରସୁଗୁଡ଼ାକୁ ଗର୍ବିତ କଲେ ସାନୁଦିପ, ଟପ୍ପର ଲିଷ୍ଟରେ ସ୍ଥାନ ପାଇ ସମସ୍ତଙ୍କୁ କଲେ ଆଶ୍ଚର୍ଯ୍ୟ

ଝାରସୁଗୁଡ଼ା(କେନ୍ୟୁଜ): ୭୨୦ରୁ ୭୦୧ ନମ୍ବର । ଏତେ ଅଧିକ ନମ୍ବର ପାଇବା ପାଇଁ ସେଭଳି ପରିଶ୍ରମ ବି କରିବାକୁ ପଡ଼ିଥାଏ । ଶେଷରେ ସେହି କଠିନ ପରିଶ୍ରମର ଫଳ ମିଳିଛି । ଦିନ ରାତି ଏକ କରି ଯେଉଁ ପରିଶ୍ରମ କରୁଥିଲେ ତାହା ଆଜି ସଫଳ ହୋଇଛି । ଝାରସୁଗୁଡ଼ା ପାଇଁ ଗର୍ବ ଆଣିଛନ୍ତି ସାନୁଦିପ ଦାସ । ନିଟ୍ ପରୀକ୍ଷାରେ ପଶ୍ଚିମ ଓଡ଼ିଶା ଟପ୍ପର ଲିଷ୍ଟରେ ସ୍ଥାନ ପାଇଛନ୍ତି ସାନୁ । ୭ ଶହରୁ ଅଧିକ ମାର୍କ ରଖି ଏବେ ଡାକ୍ତର ହେବା ପାଇଁ ବାହାରି ପଡ଼ିଛନ୍ତି । ବର୍ତ୍ତମାନର ଯୁବପିଢ଼ି ମୋବାଇଲରେ ସମୟ ବିତାଉଥିବା ବେଳେ ସାନୁ ନିଜକୁ ପାଠ ପଢ଼ାରେ ହଜାଇ ଦେଇଥିଲେ । ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରି ନିଟ୍‌ ପରୀକ୍ଷାରେ ପାଇଛନ୍ତି ସଫଳତା । ସାନୁଙ୍କ ଏଭଳି ସଫଳତାରେ କେବଳ ବାପା ମା’ ନୁହେଁ ସମଗ୍ର ଜିଲ୍ଲା ଗର୍ବିତ ହୋଇଛି । ମେଧାବୀ ଛାତ୍ର ଭାବେ ସେ ସବୁବେଳେ ଭଲ ମାର୍କ ରଖନ୍ତି । ତାଙ୍କର ଏହି ସଫଳତା ପରେ ଘରେ ଖୁସିର ମାହୋଲ ଖେଳିଯାଇଛି । ପୁଅର ସଫଳତାକୁ ଦେଖି ଖୁସିରେ ବାପା ମା’ଙ୍କ ଛାତି କୁଶ୍ଢେମୋଟ ହୋଇଯାଇଛି ।

ଚଳିତ ବର୍ଷ ୨୦୨୪ ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବୁନ୍ଦିଆ କୋଲୋନୀର ପ୍ରଦୀପ କୁମାର ଦାସଙ୍କ ସାନ ପୁଅ ସାନୁଦିପ ୭୨୦ ମାର୍କରୁ ୭୦୧ ନମ୍ବର ରଖି ସଫଳତା ହାସଲ କରିଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ଏକ ମାତ୍ର ଆଶାୟୀ ଭାବେ ଏହି କୃତିତ୍ବ ହାସଲ କରିଛନ୍ତି ସାନୁ । ଅକ୍ଳାନ୍ତ ପରିଶ୍ରମ କରି ଏଭଳି କୃତିତ୍ୱ ହାସଲ କରିବା ପରେ ସାନୁ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିବାରଙ୍କ ସହଯୋଗରେ ଏହି କୃତିତ୍ୱ ହାସଲ କରିଥିବା ସାନୁ ପ୍ରକାଶ କହିଛନ୍ତି । ଏଣିକି ଲୋକଙ୍କ ସେବା କରିବା ହିଁ ସାନୁଙ୍କ ଏକମାତ୍ର ଉଦ୍ଦେଶ୍ୟ । ସାନୁଙ୍କ ଏହି ସଫଳତା ପାଇଁ ପରିବାର ଲୋକେ ବେଶ୍‌ ଖୁସି ଓ ଗର୍ବିତ ଥିବା କହିଛନ୍ତି ।

ସାନୁ ଯେଉଁ ସଫଳତା ପାଇଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ । ସାନୁଙ୍କର ପିଲାବେଳୁ ପାଠ ପଢ଼ି ପ୍ରତି ଅହେତୁକ ଆଗ୍ରହ ତାଙ୍କୁ ସଫଳତା ଆଣିଦେଇଛି । ପରୀକ୍ଷା ପାଇଁ ଦୀର୍ଘଦିନ ଧରି ପରିଶ୍ରମ କରୁଥିଲେ ସାନୁ । ଆଉ ଶେଷରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସାନୁଙ୍କ ପରିଶ୍ରମର ଫଳ ଜଣା ପଡ଼ିଥିଲା । ବାପା ମା’ଙ୍କ ଆଶ୍ରୀବାଦ ନେଇ ସାନୁ ଆଗକୁ ଆହୁରି ବଢ଼ିବା ପାଇଁ ଇଚ୍ଛା ରଖିଛନ୍ତି ।

Leave A Reply

Your email address will not be published.