ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ ହୋଇଛନ୍ତି । ଲୋକଙ୍କ ସହ ରଜ ପାଳିଲେ,ପିଠା ଖାଇଲେ। ଗଣ ପର୍ବରେ ସାମିଲ ହେଲେ । ବୃକ୍ଷ ରୋପଣ ସହ ଓଡ଼ିଶୀ ନୃତ୍ୟର ମଜା ନେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ଏହି ଉତ୍ସବ କୁ ସରସ ସୁନ୍ଦର କରିବାକୁ ପ୍ରୟାସ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରଜ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି କଳିଙ୍ଗ ଟିଭି ପ୍ରିନ୍ସିପାଲ କରେସପଣ୍ଡେଣ୍ଟ ପି. ହେମନ୍ତ କୁମାର ।

Leave A Reply

Your email address will not be published.