କେତେ ଖୁସିରେ ଡ୍ୟାମ୍‌ ବୁଲି ଆସିଥିଲେ ସାତ ଜଣ ସାଙ୍ଗ, କିନ୍ତୁ ଖୁସି ମଉଳିଗଲା ପାଣି ଭିତରେ

ଆନନ୍ଦପୁର (କେନ୍ୟୁଜ) : ସାତ ଜଣ ସାଙ୍ଗ ମିଶି ପ୍ଲାନ୍‌ କଲେ ଚାଲ ଆଜି ହଦଗଡ ଆଡେ ଟିକେ ବୁଲି ଆସିବା । ଯୋଜନା ଅନୁଯାୟୀ ୭ ଜଣ ସାଙ୍ଗ ବାହାରି ବି ଗଲେ । ଏହି ୭ ଜଣ ସାଙ୍ଗ ଭଦ୍ରକର ବିଭିିନ୍ନ ଅଞ୍ଚଳର । ସମସ୍ତେ ଏକାଠି ହୋଇ ବାହାରିଲେ ହଦଗଡ ଡ୍ୟାମ୍‌ ବୁଲିବାକୁ । ହଦଗଡରେ ଟିକେ ମଜା ମସ୍ତି କରିବେ, ବାଟରେ ଗୀତ ଗାଇ ଗାଇ ବାହାରିବା, ସେଠାରେ ଡ୍ୟାମରେ ଗାଧୋଇବା ଆଉ ବୁଲା ବୁଲି କରି ଫେରି ଆସିବା । କିନ୍ତୁ ଯୋଜନା ତ ହେଲା, ସେମାନେ ତ ବାହାରିଗଲେ ହଦଗଡ । ହେଲେ ଯୋଜନା କାଯ୍ୟର୍କାରୀ ହେଲା ସବୁ ବିଧାତାଙ୍କ ଇଚ୍ଛାରେ । ବିଧାତା ଏମାନଙ୍କ ପାଇଁ କିଛି ଅଲଗା ଲେଖିଥିଲା ।

ସେଥିପାଇଁ ତ ଗଲା ବେଳକୁ ସାତ ଜଣ ସାଙ୍ଗ ବାହାରିଲେ କିନ୍ତୁ ଫେରିଲାବେଳକୁ ଜୀବିତ ଫେରିଲେ ପାଞ୍ଚ ଜଣ । ଆଉ ଦୁଇ ଜଣଙ୍କ ସହ କିଛି ଏମିତି ହେଲା ଯାହାର ଚିତ୍ର ଆଜ୍ଞା ଆପଣଙ୍କ ସାମ୍ନାରେ । ସାଙ୍ଗ ହୋଇ ୭ ଜଣ ଛାତ୍ର ଆସିଥିଲେ ହଦଗଡ଼ ବୁଲି ହେଲେ କିଏ ଜାଣିଥିଲା ୨ ସାଙ୍ଗଙ୍କର ଏଇଟା ଶେଷ ବୁଲା ହେବ। ଡ୍ୟାମର ଶେଷ ପାର୍ଶ୍ୱରେ ପ୍ରଥମେ ତିହିଡି ଅଞ୍ଚଳର ସୋମହିତ ନାୟକ ଗାଧେଇବାକୁ ଯାଇଥିବା ବେଳେ ଅଚାନକ ବୁଡିବାକୁ ଲାଗିଥିଲେ । ସାଙ୍ଗକୁ ଏମିତି ବୁଡିଯାଉଥିବାର ଦେଖି ତାଙ୍କୁ ଉଦ୍ଧାର କରିବାକୁ ଭଦ୍ରକ ବରପଦା ଅଞ୍ଚଳର ଈଶ୍ୱର ଦାସ ଚେଷ୍ଟା କରୁଥିବା ସମୟରେ ସେ ମଧ୍ୟ ପାଣିରେ ବୁଡି ଯାଇଥିଲେ ଡ୍ୟାମରେ।

ଦୁଇ ଜଣ ସାଙ୍ଗଙ୍କ ଏପରି ଅବସ୍ଥା ଦେଖି ଅନ୍ୟ ୫ ଜଣ ସାଙ୍ଗ ଖବର ଦେଲେ ହାଟଡିହି ଓ ଆନନ୍ଦପୁର ର ଅଗ୍ନିଶମବାହିନୀକୁ । କିଛି ସମୟ ଖୋଜାଖୋଜି କରିବା ପରେ ଉଭୟ ଛାତ୍ରଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି।

ଦେଖନ୍ତୁ ଏ ସାଙ୍ଗ କେମିତି ବିକଳ ହେଉଛି ଟିକେ ଜଲଦି ଆସ ଆଉ ଟିକେ ମୋ ସାଙ୍ଗକୁ ଦେଖ । ତା ଜୀବନ ବଞ୍ଚାଇଦିଅ । ବହୁତ ଚେଷ୍ଟା କରିଥିଲେ ସୁଦ୍ଧା ସେହି ପାଣିରେ ଉଡିଯାଇଛି ପ୍ରାଣ ବାୟୁ । କୁହାଯାଏ ଜୀବନ ପାଣି ଫୋଟକା, ଏଇନେ ଅଛି ତ ଏଇନେ ନାହିଁ । ସେଥିପାଇଁ ଜୀବନକୁ ଭଲ ପାଆନ୍ତୁ ଆଉ ଏମିତି କିଛି ଜୋସରେ ଖୁସିରେ ଏମିତି କିଛି କରିଦିଅନ୍ତୁନି ଯେଉଁଥିରେ ଆପଣଙ୍କ ଜୀବନ ହିଁ ଚାଲିଯିବ ।

Leave A Reply

Your email address will not be published.