ନିଟ୍ ପେପର ଲିକ୍ ମାମଲା : ପାଟନା EOU କଡ଼ା କାର୍ଯ୍ୟାନୁଷ୍ଠାନ, ୯ ଛାତ୍ରଙ୍କୁ ପଚରାଉଚରା ପାଇଁ ପଠାଇଲା ନୋଟିସ

ନିଟ୍ ପେପର ଲିକ୍ ମାମଲାରେ ପାଟନା EOU କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୯ ପରୀକ୍ଷାର୍ଥୀଙ୍କ ପାଖକୁ ନୋଟିସ ପଠାଇଛି । ପେପର ଲିକ୍ ମାମଲାରେ ଯାଞ୍ଚ କରୁଥିବା EOU ସମସ୍ତ ପରୀକ୍ଷାର୍ଥୀଙ୍କୁ ନିଜ ଅଭିଭାବକ ସହିତ ପଚରାଉଚରା ପାଇଁ କାର୍ଯ୍ୟାଳୟ ଆସିବାକୁ କୁହାଯାଇଛି । ଯେଉଁ ପରୀକ୍ଷାର୍ଥୀଙ୍କୁ ନୋଟିସ ପଠାଯାଇଛି, ସେମାନେ ୫ ମଇରେ ନିଟ୍ ପରୀକ୍ଷା ଦେଇଥିଲେ । ଏମାନେ ସମସ୍ତେ ବିହାରର ଅଲଗା ଅଲଗା ଜିଲ୍ଲାର ବୋଲି ଜଣାପଡିଛି । ତେବେ ନିଟ୍ ପେପର ଲିକକୁ ନେଇ ଦେଶରେ ଅନେକ ବିବାଦ ଦେଖାଦେଇଛି ।
ପୋଲିସ ଏବେ ଛାନଭିନରେ ୧୩ ଜଣ ପରୀକ୍ଷାର୍ଥୀଙ୍କ ରୋଲ ନଂ କୋଡ୍ ମିଳିଛି । ଏଥିରୁ ୪ ଜଣଙ୍କୁ ପେପର ଲିକ୍ ମାମଲାରେ ଗିରଫ କରିଛି । ଅନ୍ୟ ୯ ଜଣଙ୍କ ବିଷୟରେ ଜାଣିବା ପାଇଁ ଏନଟିଏଙ୍କୁ ଚିଠି ଲେଖିଛି । EOU ଡିଆଇଜି ମାନବଜିତ ସିଂ ଢିଲ୍ଲୋନଙ୍କ ମୁତାବକ ଏନଟିଏ ନିଜ ଜବାବରେ ମାଗିଥିବା ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ପଠାଇଥିଲା ।
ପେପର ଲିକ୍ ମାମଲାରେ ଯାଞ୍ଚ କରୁଥିବା EOU କୁ ଆଡମିଟ୍ କାର୍ଡ ଜରିଆରେ ପରୀକ୍ଷାର୍ଥୀଙ୍କ ମୋବାଇଲ ନମ୍ବର ଏବଂ ଠିକଣା ବିଷୟରେ ଜଣାପଡିଥିଲା । ସେମାନଙ୍କ ଠିକଣାରେ ନୋଟିସ ପଠାଇ ପରୀକ୍ଷାର୍ଥୀଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା ।
ସେହିପରି ମେ’ ୯ ରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଅନୁଯାୟୀ, ଗୋଧ୍ରା ସ୍ଥିତ ଏକ ବିଦ୍ୟାଳୟରେ ଏହି ମାମଲା ସାମ୍ନାକୁ ଆସିଥିଲା ଯାହା NEET-UG ପରୀକ୍ଷା ପାଇଁ ସେଣ୍ଟର କରାଯାଇଥିଲା । ମେଡିକାଲ କଲେଜରେ ଆଡମିଶନ ପାଇଁ କିଛି ଲୋକ ଭୁଲ କାମ କରୁଛନ୍ତି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ଗୁପ୍ତ ସୂଚନା ପାଇଥିଲେ । ଏହାପରେ ମେ ମେଡିକାଲ କଲେଜରେ ଆଡମିଶନ ପାଇଁ କରାଯାଇଥିବା ପରୀକ୍ଷାରେ ଉପସ୍ଥିତ ଅଭ୍ୟାର୍ଥୀଙ୍କୁ ଅଟକ ରଖାଯାଇଥିଲା ।
ନିଟ୍ ପରୀକ୍ଷାର୍ଥୀଙ୍କୁ ପାସ୍ କରାଇବା ପାଇଁ ସହାୟତା ଯୋଗାଇବା ଅଭିଯୋଗରେ ୫ ଜଣ ଗିରଫ ହୋଇଛନ୍ତି । ଗୋଧ୍ରା ଅଞ୍ଚଳରେ ଥିବା ଏକ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ୨୭ ଜଣ ପରୀକ୍ଷାର୍ଥୀଙ୍କ ଠାରୁ ୧୦ ଲକ୍ଷ ଲେଖାଏଁ ଲାଞ୍ଚ ନେଇ ଏମାନେ ନିଟ୍ ପରୀକ୍ଷାରେ ସେମାନଙ୍କୁ ପାସ୍ କରାଇବା ଲାଗି ସହାୟତା ଯୋଗାଇଥିବା ଅଭିଯୋଗ ହୋଇଥିଲା ।