ଷ୍ଟୋରୀଟେଲିଙ୍ଗ ଦୁନିଆରେ ପାଦ ଦେଲେ ଆଲିଆ ଭଟ୍ଟ, ଲଞ୍ଚ ହେଲା ପ୍ରଥମ ବହି

ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ। ଫିଲ୍ମରେ ତାଙ୍କର ଉତ୍କୃଷ୍ଟ ଅଭିନୟ ସହିତ ଆଲିଆ ଲୋକଙ୍କ ହୃଦୟ ଜିତନ୍ତି । ତାଙ୍କର ଦମଦାର ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିବା ପରେ ଆଲିଆ ଭଟ୍ଟ ବର୍ତ୍ତମାନ ଷ୍ଟୋରି ଜଗତରେ ତାଙ୍କର ଫାଷ୍ଟ ଷ୍ଟେପ୍ ଦେଇଛନ୍ତି । ତେବେ ଆଲିଆ ଭଟ୍ଟ ନିଜେ ନିଜ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଏହା ସହିତ ସେ ଫ୍ୟାନ୍ସଙ୍କୁ ତାଙ୍କର ପ୍ରଥମ ବହିର ଝଲକ ମଧ୍ୟ ଦେଖାଇଛନ୍ତି ।

ପିଲ୍ମ ଜଗତରେ ତାଙ୍କର ଅଭିନୟ ଦେଖାଇବା ପରେ ଆଲିଆ ଭଟ୍ଟ ବର୍ତ୍ତମାନ କାହାଣୀ ଜଗତରେ ମଧ୍ୟ ପ୍ରାଧାନ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି । ସେ ପିଲାମାନଙ୍କ ପାଇଁ ତାଙ୍କର ପ୍ରଥମ ପିକଚର୍ ବୁକ୍’ ଲଞ୍ଚ କରିଛନ୍ତି, ଯାହାର ଝଲକ ସେ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଏହି ସୂଚନା ଦେଇ ଆଲିଆ କହିଛନ୍ତି ଯେ ସେ ଅନେକ ପୁସ୍ତକ ଉପରେ କାମ କରୁଛନ୍ତି । ଏଭଳି ପରିସ୍ଥିତିରେ ଆଲିଆ ପିଲାମାନଙ୍କ ଡ୍ରେସ ବ୍ରାଣ୍ଡ ଇଡ-ଏ-ମାମା ଅଧୀନରେ ଶିଶୁ ପିକଚର୍ ବୁକ୍ ସିରିଜ୍ ‘ଇଡ୍ ଫାଇଣ୍ଡସ୍ ହୋମ୍’ ର ପ୍ରଥମ ବୁକ୍ ଲଞ୍ଚ କରିଛନ୍ତି, ଯାହାର ଫଟୋ ସେ ଇନଷ୍ଟାରେ ସେୟାର କରିଛନ୍ତି।

ପ୍ରଥମ ଫଟୋରେ ଆଲିଆ ତାଙ୍କ ବୁକ୍ ସହିତ ପୋଜ୍ କରୁଥିବା ନଜର ଆସିଛନ୍ତି । ତେବେ ଦ୍ୱିତୀୟ ଫଟୋରେ ସେ ତାଙ୍କ ହାତରେ ଏକ ବହି ଧରିଥିବାର ନଜର ଆସିଛନ୍ତି । ଏହି ଫଟୋଗୁଡିକ ସେୟାର୍ କରିବାବେଳେ ଆଲିଆ ଭଟ୍ଟ କ୍ୟାପସନରେ ଲେଖିଛନ୍ତି, ‘ଏକ ନୂଆ ରୋମାଞ୍ଚ ଆରମ୍ଭ ହେଉଛି’ ‘ଏଡ୍ ଫାଇଂଡସ୍ ଏ ହୋମ୍, ଇଡ୍-ଏ-ମାମା ଦୁନିଆର ଏକ ନୂଆ ସିରିଜର ଆରମ୍ଭ । ମୋର ପିଲାଦିନ ଷ୍ଟୋରି ଏହି ବହିରେ ମଧ୍ୟ ରହିଛି । ଏହି ବହି ପାଇଁ ସାହାଯ୍ୟ କରିଥିବା ଲୋକମାନଙ୍କୁ ଏହି ଯାତ୍ରା ପାଇଁ ଶୁଭେଚ୍ଛା ।

ଆଲିଆଙ୍କ ଓ୍ଵାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ତାଙ୍କୁ ଶୀଘ୍ର ‘ଜିଗରା’ରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ବେଦଙ୍ଗ ରାଇନା ନଜର ଆସିବେ। ଏହି ଅଭିନେତ୍ରୀ କରଣ ଜୋହରଙ୍କ ସହ ଏହି ଫିଲ୍ମ ମଧ୍ୟ ପ୍ରଡୁ୍ୟସ କରୁଛନ୍ତି । ତେବେ ଅକ୍ଟୋବର ୧୧ ରେ ‘ଜିଗରା’ ବକ୍ସ ଅଫିସରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ବ୍ୟତୀତ ଆଲିଆଙ୍କ ପାଇପଲାଇନରେ ଆହୁରି ଅନେକ ବଡ଼ ଫିଲ୍ମ ରହିଛି, ଯେଉଁଥିରେ ‘ତକ୍‌’, ‘ବେଜୁ ବାବରା’ ଏବଂ ‘ବ୍ରହ୍ମାସ୍ତ୍ର ୨’ ଅନ୍ତର୍ଭୁକ୍ତ ରହିଛି ।

Leave A Reply

Your email address will not be published.