ବିଧାସଭାରେ ନୂଆ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହ, ସୁରକ୍ଷା କାର୍ଯ୍ୟରେ ୮ ପ୍ଲାଟୁନ ପୋଲିସ

ଭୁବନେଶ୍ୱର : ନୂଆ ବିଧାୟକଙ୍କ ଶପଥ ପାଠ ପାଇଁ ବିଧାସଭା ପ୍ରସ୍ତୁତ। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି ଆରୁଣ ଷଡ଼ଙ୍ଗୀ । ୩ ଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। କେବଳ ପାସ୍ ଧାରୀ ଗୃହ ମଧ୍ୟକୁ ପ୍ରବେଶ କରିପାରିବେ। ସୁରକ୍ଷା ଦାୟିତ୍ବରେ ରହିବେ ପୋଲିସ କମିଶନର। ସୁରକ୍ଷା କାର୍ଯ୍ୟରେ ୭୫ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ ନିୟୋଜିତ ରହିବେ।

ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ ବିଧାୟକ। ପ୍ରଥମେ ମୁଖ୍ୟମନ୍ତ୍ରୀ ଶପଥ ନେବେ । ପରେ ସମସ୍ତ ବିଧାୟକ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏ ଚାଲିବ ଶପଥ ଗ୍ରହଣ ସମାରୋହ । ବିଧାନସଭାରେ ଶପଥ ପାଠ କରାଇବେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଦୁଇଦିନ ଧରି ସମସ୍ତ ବିଧାୟକଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ । ୧୯ରେ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ ହେବ। ୨୦ ତାରିଖରେ ବାଚସ୍ପତି ନିର୍ବାଚନ ରହିଛି । ରଣପୁର ବିଧାୟିକା ସୁରମା ପାଢୀଙ୍କୁ ବାଚସ୍ପତି ପଦ ପାଇଁ ବିଜେପି ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବିରୋଧୀ ଦଳ ବାଚସ୍ପତି ପଦ ପାଇଁ କାହାକୁ ପ୍ରାର୍ଥୀ କରିବେ କି ନାହିଁ ତାହା ଉପରେ ନଜର ରହିଛି ।

Leave A Reply

Your email address will not be published.