ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ, ରାସ୍ତାରେ ଗରା-ବାଲଟି ରଖି କଲେ ବିରୋଧ

କନ୍ଧମାଳ(କେନ୍ୟୁଜ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅନେକ ଲୋକ l ଫୁଲବାଣୀ ପୌର ପରିଷଦ ୯ ନମ୍ବର ଓ୍ଵାର୍ଡର ଅରବିନ୍ଦ୍ ନଗର ବାସିନ୍ଦା ପାଣି ପାଇଁ ହେଉଛନ୍ତି ହଇରାଣ । ତେଣୁ ଏମାନେ ନିରୁପାୟ ହୋଇ ଏଫ୍ ସିଆଇ ଛକ ଠାରେ ଜାତୀୟ ରାଜପଥ ଉପରେ ହାଣ୍ଡି, ମାଠିଆ ରଖି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ ।

ଆଜିକୁ ଆଠ ଦିନ ହେବ ସାହିରେ ଏହି ସମସ୍ୟା ଲାଗି ରହିଥିବା ବେଳେ ଖରା ଚାରିମାସ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ୱାର୍ଡ ବାସୀ। ପୌର ପରିଷଦ ଅଧକ୍ଷ୍ୟା ଜଳ ଯୋଗାଣ ଅଧିକାରୀଙ୍କୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟହୋଇ ସ୍ଥାୟୀ ସମାଧାନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଓ୍ଵାର୍ଡ ବାସିନ୍ଦା । ରାସ୍ତାରେ ହାଣ୍ଡି, ମାଠିଆ, ଗରା, ବାଲଟି ରଖି ବିରୋଧ ପ୍ରଦର୍ଶନ କରିଛନ୍ତି ଫଳରେ ଶତାଧିକ ଗାଡି ମଟର ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିଲା । ଘଟଣା ସ୍ଥଳରେ ପୌର ପରିଷଦ ଅଧ୍ୟକ୍ଷା ଓ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଆସି ଲୋକଙ୍କୁ ବୁଝାସୁଝା କରିବା ସହ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ହଟିଥିଲେ ସାହି ବାସିନ୍ଦା ।

ପାଣି ହେଉଛି ବଞ୍ଚିବାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାଧ୍ୟମ । ପାଣି ବିନା ବଞ୍ଚିବା ଅସମ୍ଭବ । ସକାଳର ଆରମ୍ଭରୁ ଶୋଇବା ଯାଏଁ ମଣିଷକୁ ପାଣି ନିହାତି ଆବଶ୍ୟକ । କିନ୍ତୁ ଏ ଲୋକମାନଙ୍କୁ ପିଇବା ପାଇଁ ପାଣି ବୁୁନ୍ଦାଏ ମିଳୁନି । ନାନା ସମସ୍ୟାର ସମ୍ମୁଖୀନ ହୋଇ ଶେଷରେ ରାଜରାସ୍ତାକୁ ଓହ୍ଲାଇଥିଲେ ସ୍ଥାନୀୟ ବାସିନ୍ଦା । ତେବେ ଦେଖାଯାଉ ଏମାନଙ୍କ ସମସ୍ୟା କେବେ ଦୂର ହେଉଛି ।

Leave A Reply

Your email address will not be published.