ଉପବାଚସ୍ପତି ପଦ ପାଇଁ ବିରୋଧୀ ଦଳଙ୍କ ଦାବି, ନହେଲେ ବାଚସ୍ପତି ନିର୍ବାଚନ ଲଢ଼ିବାକୁ ଘୋଷଣା

ନୂଆଦିଲ୍ଲୀ:ଚସ୍ପତି ପଦକୁ ନେଇ ତେଜିଲା ବିବାଦ। ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ । ୨୬ ତାରିଖରେ ବାଚସ୍ପତି ନିର୍ବାଚନ । ତେବେ ଶାସକ NDA ମେଣ୍ଟ ପକ୍ଷରୁ ଏପର୍ଯ୍ୟନ୍ତ ବାଚସ୍ପତିଙ୍କ ନାଁ ଘୋଷଣା ହୋଇନାହିଁ ।

ଅନ୍ୟପକ୍ଷର ବିରୋଧୀ ଇଣ୍ଡିଆ ମେଣ୍ଟ ଉପବାଚସ୍ପତି ପଦ ଦାବି କରିଛନ୍ତି । ସେମାନେ କହିଛନ୍ତି ଯଦି ତାଙ୍କ ମେଣ୍ଟକୁ ଉପବାଚସ୍ପତି ପଦ ନମିଳିବ ତେବେ ସେମାନେ ବାଚସ୍ପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ସପ୍ତଦଶ ଲୋକସଭାରେ ଓମ୍ ବିର୍ଲା ବାଚସ୍ପତି ହୋଇଥିଲା ବେଳେ ଉପବାଚସ୍ପତି ପଦ ଖାଲି ପଡ଼ିଥିଲା ।

ଗୋଟେ ପଟେ ବିରୋଧୀ ଦଳଗୁଡ଼ିକ ଶକ୍ତିହୀନ ହୋଇପଡିଥିଲାବେଳେ ଅନ୍ୟପଟେ ବିଜେପି ଉପବାଚସ୍ପତି ନିର୍ବାଚିତ କରିବାକୁ ଆବଶ୍ୟକ ମଣିନଥିଲେ । କିନ୍ତୁ ଏଥର ବିରୋଧୀ ଦଳ ଶକ୍ତିଶାଳୀ । ଚଳିତ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ NDA ତୃତୀୟ ଥର ପାଇଁ କ୍ଷମତାସୀନ ହୋଇଥିଲେ ମଧ୍ୟ ବିଜେପି ଦୁର୍ବଳ ହୋଇପଡିଛି । ଫଳରେ ବିଜେପି ତାର ସହଯୋଗୀ ଦଳ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭରଶୀଳ ହୋଇଛି । ଅନ୍ୟପକ୍ଷରେ ବିରୋଧୀ ଦଳ ବା ଇଣ୍ଡିଆ ମେଣ୍ଟ ଅଧିକ ଶକ୍ତିଶାଳୀ ହୋଇଛନ୍ତି । ତେଣୁ ଉପବାଚସ୍ପତି ପଦ ଏବେ ଗୁରୁତ୍ୱପୂର୍ଣ୍ଣ ।

Leave A Reply

Your email address will not be published.