ରାଣୀ ଭଳି ସଜେଇ ହୋଇ ଶାଶୁଘର ଯାଇଥିଲେ, ୪ ମାସ ପରେ ମିଳିଲା ମୃତଦେହ

ବଣାଇ (କେନ୍ୟୁଜ) : ଆଖିରେ ଆଖି ଏ ସ୍ୱପ୍ନ ଧରି ବଧୂ ବେଶରେ ସଜେଇ ହେଇଥିଲା । ସବୁର ଝିଅଙ୍କ ଭଳି ନିଜ ସବୁଠୁ ଖାସ୍‌ ଦିନରେ ଏକଦମ୍‌ ରାଣୀ ଭଳି ସଜେଇ ହେଇଥିଲା । ଆଜି ରାଜକୁମାର ଆସିବ ଆଉ ମଥାରେ ସିନ୍ଦୁର ଦେଇ ଘରକୁ ନେଇଯିବ । ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେବ । ମନରେ ଅସୁମାରୀ ସ୍ୱପ୍ନ ନେଇ ଶାଶୁ ଘରେ ପାଦ ଥାପିଥିଲେ। ଯେତେ ଝଡ଼ଝଞ୍ଜା ଆସିଲେ ବି ସ୍ୱାମୀ ହାତ ଧରି ବାଟ ଚାଲିବାକୁ ମନେ ମନେ ଭାବିଥିଲେ। ହେଲେ ବିବାହର ଅଳ୍ପ ଦିନ ଅର୍ଥାତ ମାତ୍ର ୪ ମାସ ପରେ ନୂଆ ସଂସାରରେ ଦେଖାଦେଲା ଝଡ଼ । ଆଉ ଶେଷରେ ପରିବାର ଲୋକେ ପାଇଲେ ନିଜ ଝିଅ ମୃତ୍ୟୁର ଖବର । କିଛି ମାସ ପୂର୍ବେ ଯାହାକୁ କନିଆ ବେଶରେ ବିଦା କରିଥିଲେ, ଏବେ ତା’ ମୃତଦେହ ଦେଖି ବୁକୁ ଫଟାଇ କାନ୍ଦୁଛନ୍ତି ପରିବାର।

ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଘଟିଛି। ଜ୍ୱାଇଁ ହିଁ ଝିଅକୁ ମାରିଥିବା ସନ୍ଦେହ କରି ଝିଅର ଶ୍ୱଶୁର ଓ ସ୍ୱାମୀକୁ ବାପଘର ଲୋକ ମାରପିଟ କରିଥିବା ବେଳେ ଉଭୟ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ମୃତା ନବବଧୂ ହେଲେ ରାଜଗାଙ୍ଗପୁର ଅଞ୍ଚଳର ଇନ୍ଦ୍ର ଶେଖର ଦେଓଙ୍କ ଝିଅ ଡ୍ରିସିତ ଶେଖର ଦେଓ । ଘରେ ଅତି ଗେଲରେ ତାଙ୍କୁ ମାନି ବୋଲି ଡାକନ୍ତି । ଭାରି ଗେହ୍ଲାରେ ବଢ଼ିଥିଲେ ମାନି । ସେ ୪ ମାସ ପୂର୍ବେ ବଣାଇ ଥାନା ଅଧୀନ ସିଂ ଟୋଲା ବସ୍ତିରେ ରହୁଥିବା ଅମିତ ସିଂଙ୍କୁ ବିବାହ କରିଥିଲେ। ବିବାହ ପରେ ଶାଶୁ ଘର ଲୋକଙ୍କ ସମେତ ସ୍ୱାମୀ, ନଣନ୍ଦମାନେ ବି ଆମ ଝିଅକୁ ନିର୍ଯାତନା ଦେଉଥିଲେ। ଏପଟେ ଝିଅ ମୃତ୍ୟୁ ପୂର୍ବରୁ ମଧ୍ୟ ରାତିରେ ରାଜଗାଙ୍ଗପୁର ରେ ରହୁଥିବା ନିଜ ମାଁକୁ ଫୋନ୍ କରି ମାଁ ମାଁ କହି ଫୋନ୍ କାଟି ଦେଇ ଥିଲେ ଫଳରେ ଝିଅର ପରିବାର ବର୍ଗ ବ୍ୟଗ୍ର ହୋଇ ଜ୍ୟାଇଁଙ୍କ ଫୋନକୁ ବାରମ୍ବାର ଫୋନ୍ କରି ଥିଲେ ମଧ୍ୟ କେହି ଫୋନ୍ ରିଷିଭ କରି ନଥିଲେ ଫଳରେ ମୃତ ନବ ବଧୁଙ୍କ ପରିବାର ରାତି ରାତି ବଣାଇ ଡାକ୍ତରଖାନ କୁ ଆସି ଝିଅର ଏଭଳି ଅବସ୍ଥା ଦେଖିବାକୁ ପାଇଲୁ । ଏନେଇ ଝିଅ ଆମକୁ କହୁଥିବା ବେଳେ ସବୁ କିଛି ଠିକ୍‌ ହୋଇଯିବ ବୋଲି କହୁଥିଲୁ। ମାତ୍ର ସେମାନେ ଆମ ଝିଅକୁ ଜବରଦସ୍ତି କିଛି ଖୁଆଇ ମାରି ଦେଇଛନ୍ତି। ଏନେଇ ଆମକୁ ଖବର ବି ଦେଇ ନ ଥିଲେ। ଫୋନ୍‌ ଅଛି ସଙ୍ଗେ ସଙ୍ଗେ ତ ଜଣେଇ ପାରିଥାନ୍ତେ । କିନ୍ତୁ ସେମାନେ ଆମକୁ କିଛି ଖବର ଦେଲେନି । ଆମେ ଖବର ପାଇ ମେଡିକାଲରେ ପହଞ୍ଚି ଦେଖୁ ତ ଝିଅର ମୃତଦେହ । ମରି ଶୋଇଛି ଝିଅ । ଝିଅକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଲୁ ବୋଲି କୋହଭରା କଣ୍ଠରେ କହିଛନ୍ତି ମାନିଙ୍କ ମା’ ।

ତେବେ ତାଙ୍କ ଝିଅକୁ ହତ୍ୟା କରିଥିବା କହି ଜ୍ବାଇଁ ଓ ଜ୍ୱାଇଁର ବାପାକୁ ଆକ୍ରମଣ କରି ଥିଲେ। ମାନିଙ୍କ ଏପରି ଅକସ୍ମାତ୍‌ ମୃତ୍ୟୁକୁ କେନ୍ଦ୍ର କରି ହସ୍ପିଟାଲରେ ମାନିଙ୍କ ସ୍ୱାମୀ ଓ ବାପା ହାତାହାତି ହୋଇଥିଲେ। ଫଳରେ ଉଭୟ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ନିଜ ଶ୍ୱଶୁର ଘର ସଦସ୍ୟଙ୍କ ଅଭିଯୋଗକୁ ଅମିତ ସିଂ କିନ୍ତୁ ଖଣ୍ଡନ କରି କହିଛନ୍ତି, ମାନି ବିଷ ପିଇ ଦେଇଥିବା ବେଳେ ଆମେ ତାକୁ ଡାକ୍ତରଖାନା ଆଣିଥିଲୁ। ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମାତ୍ର ଶ୍ୱଶୁର ଘର ଲୋକେ କିଛି ନ ବୁଝି ଆମକୁ ଆକ୍ରମଣ କରିଛନ୍ତି ବୋଲି କହିଛନ୍ତି ମୃତ ମାନିଙ୍କ ସ୍ୱାମୀ ।

ତେବେ ସେ ଯାହା ବି ହେଇଥାଉ ନା କାହିଁକି । ମାନି ବି ଯଦି ବିଷ ପିଇବ, ତାହେଲେ କାହିଁକି ପିଇବ । ନିହାତି ଭାବେ ଜଣଙ୍କ କଷ୍ଟ ହେଲେ ତ ସେ ବିଷ ପିଇବ । ଯଦି ସେ ଏମିତି କରିଛି ନିଜ ଜୀବନକୁ ଶେଷ କରିଦେବାକୁ ଚାହିଁଛି ତାହହେଲେ କାହିଁକି କରିଛି, ନିହାତି ଭାବେ ତା ସହ ଶାଶୁ ଘରେ କିଛି ଘଟଣା ଘଟୁଥିବ । ଗୋଟେ ଝିଅ ଏବେ ଏବେ କନିଆଁ ସାଜି ମଥ ।ରେ ଓଢ଼ଣା ଦେଇ ନବବଧୂ ସାଜିଥିଲା । ଆଉ ବାହାଘରକୁ ଏତେ କମ୍‌ ସମୟରେ ଜଣେ କାହିଁକି ଏମିତି କରିବ । ଏ ବିଷୟରେ ନିହାତି ତଦନ୍ତ ହେବା ଦରକାର । ନଚେତ ଏମିତି ନବବଧୂଙ୍କର ଆଉ କେତେ ଜୀବନ ଯାଉଥିବ ।

ହସ୍ପିଟାଲର ଡାକ୍ତର ବି କହୁଛନ୍ତି ସେ ରିସିଭ୍‌ ଡେଡ୍‌ ହିଁ ପାଇଥିଲେ ମାନିକୁ । ସେପଟେ ଝିଅକୁ ଶାଶୁ ଘର ଲୋକେ ହତ୍ୟା କରିଥିବା ନେଇ ମାନିଙ୍କ ପରିବାର ଲୋକେ ବଣାଇ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.