ନୂଆ ସରକାରରେ କେଉଁ ଜିଲ୍ଲାର ବିଧାୟକଙ୍କୁ ମିଳିବ ମନ୍ତ୍ରୀ ପଦ ? ତାଲିକାରେ ଅଛି ଏସବୁ ନାଁ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବିଜେପି ସରକାରରେ କିଏ ହେବେ ମନ୍ତ୍ରୀ ? କେଉଁ ଜିଲ୍ଲାରୁ କେଉଁ ବିଧାୟକଙ୍କୁ ମିଳିବ ମନ୍ତ୍ରୀ ପଦ ? ଏହାକୁ ନେଇ ଏବେ ରାଜନୈତିକ ମହଲରେ ସରଗରମ ଆଲୋଚନା ।  ମନ୍ତ୍ରୀ ରେସରେ ଅଛନ୍ତି ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରଣପୁର ବିଧାୟିକା ସୁରମା ପାଢ଼ୀ ଓ ଗୋପାଳପୁର ବିଧାୟକ ବିଭୂତି ଜେନା ।  ସେହିପରି କଣ୍ଟାବାଞ୍ଜି ଆସନରେ ନବୀନ ପଟ୍ଟନାୟକଙ୍କୁ ହରାଇ ଥିବା ଲକ୍ଷ୍ମଣ ବାଗଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।  ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ପରଜଙ୍ଗ ବିଧାୟକ ବିଭୂତି ପ୍ରଧାନ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ମଧ୍ୟ ମନ୍ତ୍ରୀ ରେସରେ ଅଛନ୍ତି  ।

ସେହିପରି ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରଥମ ଥର ନିର୍ବାଚିତ ହୋଇଥିଲେ ମଧ୍ୟ ମନ୍ତ୍ରୀ ପଦ ଚର୍ଚ୍ଚାରେ ରହିଛନ୍ତି । ବାଲେଶ୍ବର ଜିଲ୍ଲା ସିମୁଳିଆରୁ ଭେଟରାନ ପଦ୍ମଲୋଚନ ପଣ୍ଡା, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ନାଁକୁ ନେଇ ଚର୍ଚ୍ଚା ହେଉଛି । ମୟୂରଭଞ୍ଜ ଜିଲ୍ଲାରେ ବିଜେପିର ପ୍ରଦର୍ଶନ ଭଲ ରହିଛି । ଏଥିପାଇଁ ମୋରଡ଼ା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁଙ୍କୁ ମନ୍ତ୍ରୀ ପଦ ମିଳିପାରେ । ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, କୋଟପାଡ଼ ବିଧାୟକ ରୁପୁ ଭତ୍ରା ମଧ୍ୟ ମନ୍ତ୍ରୀ ରେସରେ ଅଛନ୍ତି ।

 

 

 

Leave A Reply

Your email address will not be published.