ନକଲି ଭୋଟର କାର୍ଡ କରି ଲୋକସଭା ନିର୍ବାଚନରେ ଦେଇଥିଲେ ଭୋଟ, ୪ ବାଂଲାଦେଶୀଙ୍କୁ ଧରିଲା ଏଟିଏସ

ମହାରାଷ୍ଟ୍ର ଏଟିଏସ୍‌ ୪ ଜଣ ବାଂଲାଦେଶୀଙ୍କୁ ମୁମ୍ବାଇରୁ ଗିରଫ କରିଛି । ଏମାନେ କିଛିଦିନ ହେଲାଣି ଅବୈଧ ଭାବେ ଜାଲ୍‌ କାଗଜପତ୍ର ଜରିଆରେ ମୁମ୍ବାଇରେ ରହୁଥିଲେ । ଆଉ ଏମାନଙ୍କର ଜଣେ ସାଥି ଜାଲ୍‌ ଭାରତୀୟ ଡକ୍ୟୁମେଣ୍ଟ ଜରିଆରେ ସାଉଦ ଆରବ ଫେରାର ମଧ୍ୟ ହୋଇଥିବା ସୂଚନା ମିଳଛି । ବାଂଲାଦେଶୀ ଗୁଜରାଟରେ ରହି ନକଲି ପାସପୋର୍ଟ ପ୍ରସ୍ତୁତ କରିଥିବା ବେଳେ ଏଟିଏସ ଧରିଥିଲା । ତେବେ ଏଟିଏସ ଯାଞ୍ଚରୁ ଜାଣିବାକୁ ପାଇଛି କି, ଏମାନେ ନକଲି ପାସପୋର୍ଟ ବ୍ୟବହାର କରି ଲୋକସଭା ନିର୍ବାଚନରେ ମତଦାନ କରିଥିଲେ ।

ଗିରଫ ହୋଇଥିବା ବାଂଲାଦେଶୀଙ୍କ ପାଖରେ ନକଲି ଭୋଟର କାର୍ଡ ମଧ୍ୟ ଜବତ ହୋଇଛି । କିଛି ନକଲି ପାସପୋର୍ଟ ବ୍ୟବହାର କରିଥିବା ବେଳେ କିଛି ଭାରତୀୟ ନାଗରିକ ହୋଇ ବିଦେଶରେ ଚାକିରି କରୁଛନ୍ତି । ଏଟିଏସ ଏହି ମାମଲାରେ ୫ ଜଣଙ୍କୁ ଖୋଜୁଛି ।

ଗିରଫ ହୋଇଥିବା ବାଂଲାଦେଶୀଙ୍କ ମଧ୍ୟରେ ରିୟାଜ ହୁସେନ, ସୁଲତାନ ସିଦ୍ଦିକ ଶେଖ, ଇବ୍ରାହିମ ଶଫିଉଲ୍ଲାହ ଶେଖ, ଫାରୁଖ ଉସ୍ମାନ ଗନି ଶେଖ ରହିଛନ୍ତି । ଏହି ମାମଲାରେ ଏଟିଏସ ଆଇପିସି ଧାରା ୪୬୫, ୪୬୮, ୪୭୧, ୩୪ ଏବଂ ଭାରତୀୟ ପାସପୋର୍ଟ ଆକ୍ଟ ୧୨ (୧ଏ) ଅଧିନରେ ମାମଲା ରୁଜୁ ହୋଇଛି ।

ଯାଞ୍ଚରୁ ଜଣାପଡିଛି ଯେ, ଏମାନେ ଲୋକସଭା ନିର୍ବାଚନରେ ନକଲି ଭୋଟର କାର୍ଡ କରି ଭୋଟ ଦେଇଛନ୍ତି । ଏମାନେ ନକଲି ଦସ୍ତାବିଜ ନେଇ ମୁମ୍ବାଇରେ ରହୁଥିଲେ । ଏହି ମାମଲାରେ ଅନ୍ୟ ୫ ଜଣଙ୍କ ପରିଚୟ ମିଳିଛି । ଏମାନେ ସମସ୍ତେ ଫେରାର ରହିଛନ୍ତି । ଏମାନଙ୍କ ସନ୍ଧାନ କରୁଛି ଏଟିଏସ ।

 

Leave A Reply

Your email address will not be published.