ଘର ଗାଡ଼ି ଭତ୍ତା ସବୁକିଛି ମିଳେ ଫ୍ରିରେ, ଜାଣନ୍ତୁ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଆଉ କଣ ସବୁ ସୁବିଧା ପାଆନ୍ତି ଏମାନେ

ଲୋକସଭା ନିର୍ବାଚନ ପରେ ନୂଆ ସରକାର ଗଠନ ହୋଇ ସାରିଛି । ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳରେ ମୋଟ ୭୨ ଜଣ ମନ୍ତ୍ରୀ ବନିଛନ୍ତି । ଏନଡିଏ ମେଣ୍ଟ ଲଗାତର ତୃତୀୟଥର ପାଇଁ ସରକାର ଗଢ଼ିଛି । ଯେଉଁଥିରେ ଅଧିକ ମନ୍ତ୍ରୀ ବିଜେପିର ଅଛନ୍ତି । ଏହା ସହିତ ସହଯୋଗୀ ଦଳର କିଛି ସାଂସଦଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ କିଛି ନୂଆ ଏବଂ କିଛି ପୁରୁଣା ମୁହଁ ମଧ୍ୟ ରହିଛି । ତେବେ ମନ୍ତ୍ରିମଣ୍ଡଳରେ ପ୍ରତ୍ୟେକ ବିଭାଗରେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ରାଷ୍ଟ୍ରମନ୍ତୀ ମଧ୍ୟ ରହିଛନ୍ତି । ରାଷ୍ଟ୍ରମନ୍ତ୍ରୀମାନେ ସହାୟକ ଭାବେ କାର୍ଯ୍ୟ କରନ୍ତି । ତେବେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଗୁରୁତ୍ୱ ଅଧିକ ରହିଥାଏ ।

ଏମାନେ ସମସ୍ତଙ୍କୁ ନେଇ ଲୋକଙ୍କ ମନରେ ଅନେକ ଉତ୍କଣ୍ଠା ଓ ପ୍ରଶ୍ନ ଉଙ୍କି ମାରୁଛି । ସେମାନେ ଦେଶ ପାଇଁ କଣ କରିବେ, ପାଞ୍ଚ ବର୍ଷ ଧରି ପଦରେ ରହିବେ ନା ନାହିଁ । ଏହା ଭିତରେ ଆଉ ଏକ କଥା ମଧ୍ୟ ଚର୍ଚ୍ଚା ହେଉଛି, ଏହି କେନ୍ଦ୍ର ମନ୍ତ୍ରୀ ମାନଙ୍କ ବେତନ କେତେ ଟଙ୍କା । ସେମାନେ ଆଉ କଣ ସୁବିଧା ପାଆନ୍ତି । ଅର୍ଥାତ୍ ସେମାନଙ୍କୁ କେତେ ଦରମା ମିଳେ । ତେବେ ଚାଲନ୍ତୁ ଆଉ ବିଳମ୍ବ ନକରି ଜାଣିବା ଏ ବିଷୟରେ ।

ଅଲଗା ଅଲଗା ହୋଇଥାଏ ମନ୍ତ୍ରାଳୟ

ଭାରତରେ ତିନି ପ୍ରକାରର ମନ୍ତ୍ରୀ ହୋଇଥାନ୍ତି । ପ୍ରଥମ କ୍ୟାବିନେଟ୍ ମନ୍ତ୍ରୀ, ଦ୍ୱିତୀୟ ରାଷ୍ଟ୍ର ମନ୍ତ୍ରୀ ଏବଂ ତୃତୀୟ ହେଉଛନ୍ତି ଆଉ ଜଣେ ରାଷ୍ଟ୍ରମନ୍ତ୍ରୀ । ଏହି ସବୁ ହେଉଛି ମନ୍ତ୍ରୀ ମଣ୍ଡଳର ଅଂଶ । ଯାହା ଉପରେ ନିଜ ନିଜ ମନ୍ତ୍ରାଳୟର ନେତୃତ୍ୱ ରହିଥାଏ । କୌଣସି ବି ମନ୍ତ୍ରାଳୟରେ ପ୍ରଥମ ସ୍ଥାନ କ୍ୟାବିନେଟ ମନ୍ତ୍ରୀଙ୍କର ହୋଇଥାଏ । ଏମାନେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସାମିଲ ହୋଇଥାନ୍ତି ଏବଂ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କରନ୍ତି ।

ରାଷ୍ଟ୍ର ମନ୍ତ୍ରୀଙ୍କର କାମ କଣ ?

ଗୋଯେ ମନ୍ତ୍ରାଳୟରେ ଅନେକ ରାଷ୍ଟ୍ରମନ୍ତ୍ରୀ ରହିଥାନ୍ତି । ଯେଉଁମାନେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ରିପୋର୍ଟ କରନ୍ତି । କ୍ୟାବିନେଟ ମନ୍ତ୍ରୀଙ୍କର ସାହାଯ୍ୟ ପାଇଁ କୌଣସି ଏକ ମନ୍ତ୍ରାଳୟରେ ଅନେକ ରାଷ୍ଟ୍ର ମନ୍ତ୍ରୀ ମଧ୍ୟ ନିଯୁକ୍ତ କରାଯାଇପାରେ । ଏହି ରାଷ୍ଟ୍ର ମନ୍ତ୍ରୀଙ୍କ ସାହାଯ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ବିଭାଗର କାମକୁ ଦେଖନ୍ତି ।

ମିଳେ ଏହି ସୁବିଧା

ମନ୍ତ୍ରୀ ପଦରେ ବସିବା କ୍ଷଣି ହିଁ ସବୁ ମନ୍ତ୍ରୀଙ୍କୁ ସରକାର ଦ୍ୱାରା ଅନେକ ସୁବିଧା ମଧ୍ୟ ଦିଆଯାଇଥାଏ । ଯେଉଁଥିରେ ସର୍ବପ୍ରଥମେ ଦିଲ୍ଲୀରେ ସରକାରୀ କ୍ୱାଟର ଦିଆଯାଏ । ସେହିପରି ଯଦି ଦରମା ବିଷୟରେ କଥା ହେବା କ୍ୟାବିନେଟ ମନ୍ତ୍ରୀଙ୍କୁ ପ୍ରତି ମାସ ୧ ଲକ୍ଷ ଟଙ୍କା ଦରମା ଆକାରରେ ଦିଆଯାଏ ।

ଏହା ସହିତ ହିଁ ସାଂସଦଙ୍କ ଭଳି ନିର୍ବାଚନ କ୍ଷେତ୍ର ଭତ୍ତା ୭୦,୦୦୦ ଟଙ୍କା ମିଳିଥାଏ । ତାଙ୍କୁ ନିଜ କାର୍ଯ୍ୟାଳୟ ପାଇଁ ମଧ୍ୟ ପ୍ରତି ମାସ ୬୦ ହଜାର ଟଙ୍କା ଦିଆଯାଇଥାଏ । ଏହାବ୍ୟତୀତ ସତ୍କାର ଭତ୍ତା ବାବଦକୁ ୨ ହଜାର ଟଙ୍କା ଦିଆଯାଇଥାଏ । ଯଦି କୌଣସି ଡେପୁଟି ମନ୍ତ୍ରୀ ବନିଲେ ତାହେଲେ ତାଙ୍କୁ ସତ୍କାର ଭତ୍ତା ବାବଦକୁ ୬୦୦ ଟଙ୍କା ପ୍ରତିଦିନ ହିସାବରେ ଟଙ୍କା ଦିଆଯାଇଥାଏ ।

ମନ୍ତ୍ରୀଙ୍କୁ ସାଂସଦଙ୍କ ଭଳି ଟ୍ରେନରେ ଫାଷ୍ଟ କ୍ଲାସ ଏସିରେ ଯାତ୍ରା କରିବାର ସୁବିଧା ରହିଛି । ଯେତେ ବି ଯାତ୍ରା କରିବେ, ସେସବୁରେ ରିହାତି ରହିଥାଏ । ଯଦି ତାଙ୍କ ସହିତ ଅନ୍ୟ କେହି ସହଯୋଗୀ କିମ୍ବା ତାଙ୍କ ପତ୍ନୀ ଯାତ୍ରା କରୁଛନ୍ତି ତାହେଲେ ତାଙ୍କୁ ସେକେଣ୍ଡ କ୍ଳାସ ଏସି ଦିଆଯାଏ ଏବଂ ସେଥିରେ ରିହାତି ବି ରହିଥାଏ । ଏହା ସହିତ ପୂର୍ବକେନ୍ଦ୍ର ମନ୍ତ୍ରୀଙ୍କୁ ପେନସନ ଏବଂ ଫ୍ରି ରେଳ ଯାତ୍ରା ମିଳେ । ତାସହିତ ମେଡିକାଲ ସୁବିଧା ବି ଦିଆଯାଏ, ତାହା ପୁଣି ମାଗଣରେ । କ୍ୟାବିନେଟ ମନ୍ତ୍ରୀଙ୍କ ଭଳି ହିଁ ରାଷ୍ଟ୍ର ମନ୍ତ୍ରୀ । କ୍ୟାବିନେଟ ମନ୍ତ୍ରୀଙ୍କ ଭଳି ଏହି ସମସ୍ତ ସୁବିଧା ରାଷ୍ଟ୍ରମନ୍ତ୍ରୀ ଏବଂ ଅତିରକ୍ତ ରାଷ୍ଟ୍ରମନ୍ତ୍ରୀଙ୍କୁ ମଧ୍ୟ ମିଳିଥାଏ ।
ଦେଶର ସେବା କରିବାକୁ ଏହି ଲୋକପ୍ରତିନିଧିମାନେ ଲୋକମାନଙ୍କ ଦ୍ୱାରା ଚୟନ ହୋଇଥାନ୍ତି । ତେବେ ସେମାନଙ୍କ କାର୍ଯ୍ୟ ପାଇଁ ସେମାନଙ୍କୁ ଦରମା ସହ ବିଭିନ୍ନ ଭତ୍ତା ମଧ୍ୟ ମିଳିଥାଏ । …

Leave A Reply

Your email address will not be published.