ରଙ୍ଗ ସାଇଟରେ ଆସି ଟ୍ରକକୁ ଧକ୍କା ଦେଲା ବାଇକ, ଜଣେ ମୃତ ୨ ଗୁରୁତର

ଭଦ୍ରକ (କେନ୍ୟୁଜ); ରଜରେ ଅଘଟଣ । ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ ଘଟିଛି ଦୁର୍ଘଟଣା । ରଙ୍ଗ ସାଇଟରେ ଆସି ଏକ ଟ୍ରକକୁ ସାମ୍ନା ପଟୁ ଧକ୍କା ଦେଲା ବାଇକ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ଭଦ୍ରକ ବାଲିଖଣ୍ଡ ଅଞ୍ଚଳରୁ ତିନ ଜଣ ଲୋକ ଏକ ମଟର ସାଇକେଲ ନେଇ ରାଣୀତାଲରୁ ଚରମ୍ପା ଆସୁଥିବା ସମୟରେ ୧୬ ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ ଟ୍ରକକୁ ସାମ୍ନାରୁ ଧକ୍କା ଦେଇଥିଲା ବାଇକ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତ୍ୱର ହୋଇଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ଯୁବକ ମାନେ ପହଞ୍ଚି ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଫୋନ କରି ଜଣାଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲକୁ ପଠାଯାଇଥିଲା । ତେବେ ଏହି ତିନି ଜଣ ସ୍ଥାନୀୟ ବାଲିଖଣ୍ଡ ଅଞ୍ଚଳର ବୋଲି ସୂଚନା ମିଳିଛି। ମୃତକ ଜଣକ ହେଉଛନ୍ତି ପ୍ରଫୁଲ୍ଲ ଜେନା ଓରଫ ଲାରା ଜେନା ।

Leave A Reply

Your email address will not be published.